Wednesday, November 11, 2026
Home ଆଞ୍ଚଳିକ 23 ବର୍ଷରେ ଗୁଜରାଟରେ ସବୁଠୁ ବଡ଼ ସାଇକ୍ଲୋନ

23 ବର୍ଷରେ ଗୁଜରାଟରେ ସବୁଠୁ ବଡ଼ ସାଇକ୍ଲୋନ

9

ଗୁଜରାଟ,୧୮/୦୫/୨୧ (ଜିଲ୍ଲା ଖବର) :  ଗୁଜୁରାଟରେ ଲ୍ୟାଣ୍ଡଫଲ କଲା ତାଉତେ । 180 କିଲୋମିଟରରୁ ଅଧିକ ବେଗରେ ପବନ ସହ ବର୍ଷାର ତାଣ୍ଡବ । ଗଛ ଭାଙ୍ଗିବାରୁ ଅନେକ ସ୍ଥାନରେ ରୋଡ୍ ବ୍ଲକ । ଆରବ ସାଗରରେ ଉଠିଲା ଉଚ୍ଚା ଲହରୀ । ଗୁଜରାଟର ଅନେକ ଜିଲ୍ଲାରେ ବନ୍ଦ ହୋଇଛି ବିଜୁଳି ସେବା । ଗତ 23 ବର୍ଷରେ ଗୁଜରାଟରେ ଆସିଥିବା ସବୁଠୁ ବଡ଼ ବାତ୍ୟା । ମହାରାଷ୍ଟ୍ରରେ ୬ ଜଣଙ୍କ ଜୀବନ ନେଇଛି ବାତ୍ୟା ତାଉତେ । ସେହିପରି ୯ ଜଣ ଆହତ ହୋଇଥିବା ବେଳେ ଅନେକ ଲୋକଙ୍କ ଘର ଭାଙ୍ଗିଛି । ଉଦ୍ଧାର କାର୍ଯ୍ୟ ପାଇଁ ସେନାର ପ୍ରାୟ ୧୮୦ଟି ଟିମ, ଏନଡିଆରଏଫ, ଏସଡିଆରଏଫର ଟିମ ପ୍ରସ୍ତୁତ ରହିଛନ୍ତି ।