
ଅନୁଗୁଳ, ୧୮/୦୫/୨୧ (ଜିଲ୍ଲା ଖବର) : ଭୁଜାଲି ସହ ୩ ମଦ ମାଫିଆ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଦେହୁରୀଭୁଇଁ ଗ୍ରାମରେ। ପୋଲିସ ଚଢ଼ାଉ କରି ଭୁଜାଲି ସହ ବିପୁଳ ପରିମାଣରେ କଫସିରଫ୍ ଓ ବିଦେଶୀ ମଦ ଜବତ କରିଛି । କଣିହାଁ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍ ୨ଟି ସ୍ଥାନରେ ଚଢାଉ କରି ୨୪୩ଟି କଫସିରଫ୍ ଓ ୧୫୦ ଲିଟର ବିଦେଶୀ ମଦ ସହ ଏକ ଭୁଜାଲି ଜବତ କରିଥିଲା। ସେପଟେ ଅଭିଯୁକ୍ତ ଭୀମସେନ୍ ମହାପାତ୍ର, ନକୁଳ ମହାପାତ୍ର ଓ ମାନସ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।



