
ନୟାଗଡ,୧୮/୦୫/୨୧ (ଜିଲ୍ଲା ଖବର) : ବିସ୍ଫୋରଣରେ ଫାଟିଲା ଗାଁ ରାସ୍ତା। ଭୟରେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ ପଞ୍ଚରିଡ଼ା ମାନପୁର ପଞ୍ଚାୟତର ମାନପୁର ଗାଁରେ। ଏକ ବିସ୍ଫୋରଣ ଘଟି ଢଳେଇ କଂକ୍ରିଟ ରାସ୍ତା ଫାଟି ଯାଇଥିବା ଜଣାପଡ଼ିଛି। ବିସ୍ଫୋରଣ ବେଳେ ପ୍ରଚଣ୍ଡ ଶଦ୍ଦ ହୋଇଥିଲା l ସ୍ଥାନୀୟ ଲୋକେ କିଛି ବୁଝିବା ଆଗରୁ ରାସ୍ତା ଫାଟି ଆଁ କରିଛି l ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସେପଟେ ରାସ୍ତାଟି ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ନଳକୂପ କିମ୍ବା ଅଧିକ ତାପମାତ୍ରା ଯୋଗୁଁ ଏପରି ବିସ୍ପୋରଣ ଘଟଥିବା ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି।



