
ନୂଆଦିଲ୍ଲୀ, ୧୮/୦୫/୨୧ (ଜିଲ୍ଲା ଖବର) : ଚାରିଆଡେ ଏବେ କରୋନାକୁ ନେଇ ସ୍ଥିତି ଚିନ୍ତାଜନକ । ଏକ ପ୍ରକାର ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି ଏହି ମହାମାରୀ କରୋନା । ଅନେକ ଲୋକଙ୍କ ଘର ସଂସାର ଉଜାଡି ଦେଇଛି । ଅନେକ ଆପଣାର ଲୋକଙ୍କୁ ନିଜ ଲୋକଙ୍କ ପାଖରୁ ଛଡାଇ ନେଇଛି । କରୋନାର ଏଭଳି ଜଟିଳ ପରିସ୍ଥିତିରେ ଅସହାୟ ଲୋକଙ୍କ ସାହାଯ୍ୟ କରିବା ପାଇଁ , ଅନେକ ସେଲିବ୍ରେଟି ଆଗେଇ ଆସିଛନ୍ତି । ଠିକ୍ ସେହିପରି ତାମିଲନାଡୁରେ ସିନେ ଜଗତର ଭଗବାନ ଭଳି ସମ୍ମାନ କରୁଥିବା ଅଭିନେତା ରଜନୀକାନ୍ତ, କୋଭିଡ ରିଲିଫ୍ ପାଇଁ ଦେଇଥିବା ଦାନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ସେ କୋଭିଡ ରିଲିଫ ପାଇଁ କରିଥିବା ଦାନ ଟଙ୍କାକୁ ନେଇ କିଛି ଲୋକ ଖୁସି ହେଉଥିବା ବେଳେ, ଆଉ କିଛି ଲୋକ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ।
ପ୍ରକାଶ ଥାଉକି, ଅଭିନେତା ରଜନୀକାନ୍ତ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ କୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି, ଅସହାୟ ଲୋକଙ୍କ ସାହାଯ୍ୟ କରିବା ପାଇଁ । ଯାହାକୁ ନେଇ ଅନେକ ଲୋକ ଖୁସି ପ୍ରକାଶ କରୁଛନ୍ତି । ଠିକ୍ ସେମିତି ଆଉ କିଛି ଲୋକ ଏହାକୁ ନେଇ କମେଣ୍ଟ ମାଧ୍ୟମରେ ତାଙ୍କୁ ନାନା କଥା ଶୁଣାଉଛନ୍ତି । ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଜଣେ ୟୂଜର ଲେଖିଛନ୍ତି ଯେ,’ସାରା ଜୀବନ ଆମଠାରୁ ନେଇ ହାଇ କ୍ଲାସ୍ ହେଲେ….କେବଳ ୫୦ ଲକ୍ଷ ଦେଲେ,’ ।



