Home ଆଞ୍ଚଳିକ ଲକ୍ଷ୍ମୀପୁର ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ

ଲକ୍ଷ୍ମୀପୁର ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ

18

କୋରାପୁଟ, ୧୮/୦୫/୨୧ (ଜିଲ୍ଲା ଖବର) : କୋରାପୁଟ ଲକ୍ଷ୍ମୀପୁର ବିଜେପି ମଣ୍ଡଳ ସଭାପତି ବାବୁଲା ମହାରଣାଙ୍କୁ ଆକ୍ରମଣ । ବିଜେପି ସଭାପତିଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପୁତୁରାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।  ମୃତକଙ୍କର କିପରି ଶବ ବ୍ୟବଚ୍ଛେଦ କରାଯିବ ସେନେଇ ଡାକ୍ତରଙ୍କ ସହ ଆଲୋଚନା କରୁଥିବା ବେଳେ ପୂର୍ବତନ ସାଂସଦ ଝିନ ହିକକା ହଠାତ୍ ଆକ୍ରମଣ କରି ରକ୍ତାକ୍ତ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ସଭାପତି ବାବୁଲା ମହାରଣା । ପରେ ଏହି ଘଟଣା ଘଟିବା ପରେ ଲକ୍ଷ୍ମୀପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି  ବିଜେଡି ନେତା ତଥା ପୂର୍ବତନ ସାଂସଦ ଝିନ ହିକକାଙ୍କୁ ବୁଝା ସୁଝା କରି ଘରକୁ ଫେରାଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ।  ସେପଟେ ଶାସକ ଦଳ ନେତା ବୋଲି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି କହିଛନ୍ତି ବିଜେପି ମଣ୍ଡଳ ସଭାପତି ।