
ପୁରୀ, ୧୮/୦୫/୨୧ (ଜିଲ୍ଲା ଖବର) : ସମ୍ପୂର୍ଣ କୋଭିଡ୍ କଟକଣା ମଧ୍ୟରେ ରଥଖଳାରେ ଜାରି ରହିଛି ବିଶ୍ୱନୀୟନ୍ତାଙ୍କ ରଥ ନିର୍ମାଣ କାର୍ଯ୍ୟ l ଆଜି ବିଶ୍ଵକର୍ମା ମହାରଣା ମାନେ ତିନିରଥ ପାଇଁ ଆବଶ୍ୟକ 42 ଟି ତୁମ୍ବ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି l ଏପଟେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ୍ ମାସ 15 ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯିବା ନିଷ୍ପତିକୁ ସେବାୟତ ଓ ଭକ୍ତମାନେ ସ୍ୱାଗତ କରିଛନ୍ତି।
ପ୍ରାୟତଃ ତିନିରଥ ପାଇଁ ତିନୋଟି ତୁମ୍ଭ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଅନ୍ୟ ତୁମ୍ଭ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସେଥିପାଇଁ ରଥ କାଠକୁ ତୁମ୍ବ ଆକାରରରେ ଚିରାଟ କାର୍ଯ୍ୟ କରୁଛନ୍ତି କରତୀ ସେବାୟତ l ସେପଟେ ଆଉକିଛି ଦିନପରେ ତୁମ୍ଭରେ ସୂତା ବାଡିଆ ହଵାସହ ପ୍ରତ୍ୟକ ତୁମ୍ଭରେ 32ଟି ବିନ୍ଧ ଅର୍ଥାତ 16 ଯୋଡା ଲେଖାଏଁ ବିନ୍ଧ କରାଯାଇ ଅନୁକୂଳ କରାଯିବ ।
ତେବେ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ରଥଖଳାର ପରିସୀମା ବୃଦ୍ଧି ହେବାସହ ସାମାଜିକ ଦୂରତ୍ୱ ରକ୍ଷା କରି ଓ ସାନିଟାଈଜର ବ୍ୟବହାର କରି ରଥ ନିର୍ମାଣ କାର୍ଯ୍ୟ କରାଯାଉଛି l
ଏପଟେ ରଥ ପାଇଁ ଚଳିତ ବର୍ଷ ଆବଶ୍ୟକ 796 ଖଣ୍ଡ କାଠ ମଧ୍ୟରୁ 10 ଖଣ୍ଡକୁ ଛାଡି ଆଉ ସମସ୍ତ 786 ଖଣ୍ଡ କାଠ ଆସି ସାରିଥିବାରୁ ରଥ କାମ ତ୍ୱରାନ୍ୱିତ ହେବା ଆଶା କରାଯାଉଛି l ତେବେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ରଥ ନିର୍ମାଣ ସହ ସମ୍ପୃକ୍ତ ସମସ୍ତ ସେବାୟତଙ୍କୁ ସଙ୍ଗରୋଧରେ ଶ୍ରୀମନ୍ଦିର ପ୍ରଶାସନ ରଖିବା ସହ ଅଧିକ ଦଶ ପ୍ରତିଶତ ପାଉଣା ଦିଆଯାଇଥିବା କୁହାଯାଇଛି ।






