
କେନ୍ଦୁଝର,୧୮/୦୫/୨୧ (ଜିଲ୍ଲା ଖବର) : କେନ୍ଦୁଝର ଯୋଡ଼ାରେ ଚାଞ୍ଚଲ୍ୟ l ଦୁର୍ଦାନ୍ତ ଅପରାଧୀ କାଣ୍ଡେ ମାଝୀକୁ ନୃସଂଶ ହତ୍ୟା ଅଭିଯୋଗ। ନିଜ ଭିଣୋଇକୁ ବିଭତ୍ସ ହତ୍ୟା ପରେ ସୁନା ନଦୀ କୂଳରେ ପୋତି ଦେଇଥିଲେ ୨ ଶଳା । କାଣ୍ଡେର ଦୁଇ ହାତକୁ ଗାମୁଛାରେ ବାନ୍ଧି ଫାର୍ସାରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯିବା ସହ ତା’ର ଆଖିକୁ ତାଡ଼ି ଦିଆଯାଇଛି। ହତ୍ୟାକାଣ୍ଡ ଭିଆଇବା ପରେ ମୃତଦେହକୁ ପାଖରେ ଥିବା ସୁନା ନଦୀ କୁଳରେ ପୋତି ଦେଇଥିଲେ ଦୁଇ ଶଳା ।
ଯୋଡ଼ା ପୋଲିସ୍ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି। ମୃତ କାଣ୍ଡେ ମାଝୀର ଦୁଇ ଶାଳା ମନୋହର ମାଝୀ ଓ ଦିଗାମ୍ବର ମାଝୀକୁ ପୁଲିସ ଉଠାଇନେଇ ଛାନଭିନ ଆରମ୍ଭ କରିଥିଲା ପୋଲିସ। ପଚରାଉଚରା ପରେ ସମସ୍ତ ଘଟଣା ପଦାକୁ ଆସିଛି। ସେପଟେ ମୃତଦେହକୁ ପୋତିଥିବା ସ୍ଥାନକୁ ଚିହ୍ନଟ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହ ଉଦ୍ଧାର କରାଯାଇଛି। ପାରିବାରିକ କହଳ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି।



