Saturday, November 14, 2026
Home ଆଞ୍ଚଳିକ ରାଜ୍ୟରେ ଆଜି ୪୦ ଡିଗ୍ରୀ ଉପରେ ୭ ସହରର ତାପମାତ୍ରା

ରାଜ୍ୟରେ ଆଜି ୪୦ ଡିଗ୍ରୀ ଉପରେ ୭ ସହରର ତାପମାତ୍ରା

6

 ଭୁବନେଶ୍ୱର, ୧୮/୦୫/୨୧ (ଜିଲ୍ଲା ଖବର) :  ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି । ତେବେ ଆସନ୍ତା ୨ ଦିନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ୨୦ ତାରିଖ ଅପରାହ୍ନରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ସେହିପରି ୨୧ ତାରିଖ ଦିନ ଉପକୂଳିଆ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ କାଳବେୈଶାଖୀ ସହ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି । ସେପଟେ ଗତକାଲି ଓଡ଼ିଶାର ୭ଟି ସହରରେ ପାରଦ ୪୦ ଡିଗ୍ରୀ କିମ୍ବା ତାଠାରୁ ଉପରେ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବୌଦ୍ଧରେ  ସର୍ବାଧିକ ୪୧ଡ଼ିଗ୍ରୀ, ସୋନପୁର ୪୦.୮, ଅନୁଗୁଳ ୪୦.୭, ସମ୍ବଲପୁର ୪୦.୫, ମାଲକାନଗିରି ୪୦, ଟିଟିଲାଗଡ ୪୦, ସୁନ୍ଦରଗଡ ୪୦ ଡିଗ୍ରୀ, ଭୁବନେଶ୍ବରରୁ ୩୯ ଡ଼ିଗ୍ରୀ, କଟକରେ ତାପମାତ୍ରା ୩୮ ଡିଗ୍ରୀ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପ୍ରଚୁର ଜଳୀୟବାଷ୍ପ ଏବଂ ଉଚ୍ଚ ଦିନ ତାପମାତ୍ରା ଯୋଗୁ ଉପକୂଳିଆ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଥିଲା ।