
ଆସିକା,୧୭/୦୫(ଜିଲ୍ଲା ଖଵର) : ମାନନୀୟା ଆସିକା ବିଧାୟୀକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁଙ୍କ ଆହ୍ବାନ ଓ ଗଞ୍ଜାମ ଜୋନ ବିଜେଡି ସଭାପତି ନଚିକେତା ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ଆସିକାର ବିଭିନ୍ନ ସ୍ଥାନରେ ଅସହାୟ,ଗରୀବ ଓ ମାନସିକ ବିକୃତ ବ୍ୟକ୍ତି ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି।
କରୋନାର ଦ୍ବିତୀୟ ଲହର ସମୟରେ ସମ୍ପୁର୍ଣ୍ଣ ରୂପରେ ଜନଜୀବନ ବିପର୍ଯ୍ୟସ୍ ହୋଇଥିବା ବେଳେ ଅସହାୟ ଗରୀବ ମାନଙ୍କ ପାଇଁ ଖାଦ୍ୟର ଚିନ୍ତା ବୋଝ ଉପରେ ଲଳିତା ବିଡା ସଦୃଶ ଅଟେ।ସେମାନେ ନିରୂପାୟ ହୋଇ ପେଟଚାଖଣ୍ଡକ ପୁରାଇବା ନିମନ୍ତେ ପ୍ରତିଦିନ ଅପେକ୍ଷା କରିଥାନ୍ତି କିଛି ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନିମନ୍ତେ।ଉକ୍ତ ସମୟରେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଏହି ଅସହାୟ ଓ ମାନସିକ ବିକୃତ ବ୍ୟକ୍ତି ମାନଙ୍କ ପାଇଁ ରନ୍ଧାଖାଦ୍ୟ ବଣ୍ଟନର ବ୍ୟବସ୍ଥା କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି। ବିଜୁ ପଟ୍ଟନାୟକ ଛକ, ବସଷ୍ଟେଣ୍ଡ, କୋର୍ଟ ଅଞ୍ଚଳ, ମେଡିକାଲ୍ ଓ ବିଭିନ୍ନ ଜାଗାରେ ଗରିବ ଅସହାୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିବା ସହିତ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା।ଏହି ସମୟରେ ବିଜେଡି ଗଞ୍ଜାମ ଜୋନ୍ ସଭାପତି ନଚିକେତା ସ୍ବାଇଁ, ବରିଷ୍ଠ ନେତା ଦିଲିପ କୁମାର ପାଣିଗ୍ରାହୀ,କୋକୋରାମ ଜେନା,ଶିବଶଙ୍କର ମହାନ୍ତି,ଯୁବ ବିଜେଡି ନେତା ଶିବ ନାହାକ,ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ବାଇଁ,ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ତଥା ସଂଗଠକ ମନୋଜ ଦୋରା,ଯୁବ ସଂଗଠକ ଭଗବାନ ସାହୁ,ଜିତେନ୍ଦ୍ର ମହାରଣା ସମେତ ବହୁ ଛାତ୍ରନେତା ଉପସ୍ଥିତ ଥିଲେ ଉପସ୍ଥିତ ଥିଲେ ।




