
ଜଟଣୀ,୧୮/୫(ଜିଲ୍ଲା ଖଵର) : ମହାମାରୀ କରୋନା ସଂକ୍ରମଣ ଖୋର୍ଦ୍ଧାଜିଲାରେ ବଢିଚାଲିଥିବା ବେଳେ ସେଥି ମଧ୍ୟରୁ ବାଲିଅନ୍ତା ବ୍ଲକରେ ସର୍ବାଧିକ ୪୧୯ଜଣ ସଂକ୍ରମିତ ହୋଇଛନ୍ତି ।ଚଳିତ ମହାମାରୀ କରୋନାରେ ଜଟଣୀର ସହରଅଞ୍ଚଳ ଅପେକ୍ଷା ଗ୍ରାମାଅଞ୍ଚଳରେ ସଂକ୍ରମିତଙ୍କ କରୋନା ଗ୍ରାଫ ଉପରମୁହାଁ ହୋଇଚାଲିଛି । ତେଣୁ ପଞ୍ଚାୟତ ସ୍ତରୀୟ ଗ୍ରାମାଅଞ୍ଚଳଗୁଡିକରେ ସଚେତନତାର ଘୋର ଅଭାବ ବୋଲି ଆଲୋଚନା କରାଯାଉଛି । ସହରଅଞ୍ଚଳ ଅପେକ୍ଷା ଗ୍ରାମାଅଞ୍ଚଳରେ ପ୍ରଶାସନର ଅବହେଳା ହେଉ କିମ୍ବା ଲୋକମାନଙ୍କ ଆଇନ ଅବମାନନା ହେଉ କେଉଁଠି ନା କେଉଁଠି ଅବହେଳା ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଲକଡାଉନ ଓ ସାପ୍ତାହନ୍ତ ସଟଡାଉନ ସତ୍ୱେ ସଂକ୍ରମଣ ବଢିବା ଆଶ୍ଚର୍ଯ୍ୟଜନକ ବୋଲି କୁହାଯାଉଛି । ରବିବାର ସୁଧା ଜଟଣୀର ୧୫ଟି ପଞ୍ଚାୟତର ୯୨ଟି ଗ୍ରାମରେ ୨୫୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧୭୫ଜଣ ଆରୋଗ୍ୟଲାଭ କରିଛନ୍ତି । ଏଥି ମଧ୍ୟରେ ୮୨ଟି ଆକ୍ଟିଭକେଶ ହସ୍ତଗତ ହୋଇଥିବା ବେଳେ ୮୦ଜଣ ଏକାନ୍ତବାସରେ ରହିଛନ୍ତି ବୋଲି ମେଡିକାଲ ସୁତ୍ରରୁ ପ୍ରକାଶ । ସେହିପରି ଜଟଣୀ ପୈାରାଅଞ୍ଚଳର ୨୩ଟି ୱାର୍ଡରେ ଆଜିସୁଧା ୨୩୩ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୬୧ଜଣ ସୁସ୍ଥ ହୋଇଛନ୍ତି । ସେଥି ମଧ୍ୟରୁ ୭୨ଟି ଆକ୍ଟିଭକେଶ ହସ୍ତଗତ ହୋଇଛି । ତନ୍ମଧ୍ୟରୁ ୬୨ଜଣ ଗୃହ ସଂଗରୋଧରେ ରହିଛନ୍ତି । ଗତ ଦୁଇଦିନ ପୁର୍ବେ ଜଟଣୀ ପୈାରାଅଞ୍ଚଳରେ ୧୯୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗ୍ରାମାଅଞ୍ଚଳର ୧୫ ପଞ୍ଚାୟତରେ ୨୦୩ଜଣ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟବିଭାଗ ସୁଚନା ପ୍ରଦାନ କରିଥିଲା । ମାତ୍ର ୨ଦିନ ବ୍ୟବଧାନରେ ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ନେଇ ପ୍ରଶାସନ ଚିନ୍ତାପ୍ରକଟ କରିଛି ।
ରିପୋର୍ଟ ସଞ୍ଜୀବ କୁମାର


