Thursday, November 12, 2026
Home ଆଞ୍ଚଳିକ କୋଭିଡ ଆଇନକୁ ଉଲଘଂନ କରି ଅମାନିଆ ଗଣିଲେ ତଣ୍ଡ

କୋଭିଡ ଆଇନକୁ ଉଲଘଂନ କରି ଅମାନିଆ ଗଣିଲେ ତଣ୍ଡ

100

ଜଟଣୀ,୧୮/୫(ଜିଲ୍ଲା ଖଵର) : ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟର ବାତାବରଣ ସୃଷ୍ଟି କରିଛି । ଜଟଣୀର ଗ୍ରାମାଅଞ୍ଚଳ ଓ ସହରାଅଞ୍ଚଳରେ ଅନେକ ନିରିହ ଜିବନ ଅକ୍ଳାନ୍ତରେ ଚାଲିଯାଉଥିବା ଘଟଣା ମର୍ମାହତ କରୁଛି । ତେଣୁ ସରକାର ଏନେଇ ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିଦେଇ କର୍ଫ୍ୟୁ,ଲକଡାଉନ ଭଳି ସଚେତନତା ଆଡଭାଇଜରି ଲାଗୁ କରିଛନ୍ତି । କେତେକ ଅମାନିଆ ଏହାକୁ ବେଖାତିର କରୁଛନ୍ତି । ଆଇନକୁ ଉଲଘଂନ କରି ଦୋକାନ ବଜାର ଖୋଲୁଛନ୍ତି । ଫଳରେ ଗୋଷ୍ଠି ସଂକ୍ରମଣ ହେବାର ଆଶଙ୍କା ରହିଛି । ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର ଓ ଫୋର୍ସ ସହିତ କୋଭିଡ ଆଇନ ଉଲଘଂନ କରୁଥିବା ନେଇ ଚଢାଉ କରିଥିଲେ । କୋଭିଡ ଆଇନ ଉଲଘଂନ ୨୦୦୫ ଧାରା ବଳରେ ଆଇନ ଉଲଘଂନ କରୁଥିବା ଅମାନିଆଙ୍କଠାରୁ
ଫାଇନ ଆଦାୟ କରିଥିବା ତହସିଲଦାର କହିଛନ୍ତି । ସରକାରଙ୍କ ପକ୍ଷରୁ କରାଯାଇଥିବା ଆଡଭାଇଜରିକୁ କଡାକଡି କରିବାକୁ ଜଟଣୀବାସୀ ଦାବି କରରିଛନ୍ତି ।
ରିପୋର୍ଟ, ସଞ୍ଜୀବ କୁମାର