
ବାଲିଗୁଡ଼ା , ୧୭/୫ {ସୁକାନ୍ତ କୁମାର ତ୍ରିପାଠୀ} : ଫୁଲବାଣୀ ଶ୍ରଦ୍ଧାଞ୍ଜଳି ସିନେମା ହଲ ପ୍ରତିଷ୍ଠାତା ନାରାୟଣ ଚୌଧୁରୀ ଙ୍କର ତାଙ୍କ ନାରାୟଣୀ ସାହି ସ୍ଥିତ ବାସଭବନ ଠାରେ ଦେହାନ୍ତ ଘଟିଛି । ତାଙ୍କର ଗତ ୯ ତାରିଖ ଦିନ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲା । ପିଜିଟିଭ ଚିହ୍ନଟ ପରେ ତାଙ୍କୁ ଫୁଲବାଣୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋଭିଡ ହସ୍ପିଟାଲରେ ତାଙ୍କର ଅମ୍ଳଜାନ ଠିକ ଅଛି ଅବସ୍ଥା ମଧ୍ୟ ଭଲ ଅଛି କହି ଘରକୁ ଡିସଚାର୍ଜ କରାଯିବା ସହିତ ପୃଥକ ଗୃହରେ ରହିବା ନିମନ୍ତେ ମେଡ଼ିକାଲ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ବାପା ଙ୍କର ମୃତ୍ୟୁ ଘଟିଥିବା ବଡ ପୁଅ ମୋନଜ ଚୌଧୁରୀ କହିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିବା ଜଣାପଡିଛି ।



