ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ

44

ଦେଓଗଡ଼,୧୭/୦୫/୨୧ (ଜିଲ୍ଲା ଖବର) : ଦେଓଗଡ଼  ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମରେ ଦୁର୍ଘଟଣା।  ବାଇକ ଅରୋହୀଙ୍କୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ। ଘଟଣା ସ୍ଥଳରେ ବାଇକ ଅରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ରାତି ପ୍ରାୟ ୮ଟା ସମୟରେ ଆନନ୍ଦପୁର ଗ୍ରାମର ସୁଧିର କୁମାର ପ୍ରଧାନ  ଏକ ବାଇକ ଯୋଗେ ବାରକୋଟ ପଟୁ ନିଜ ଘରକୁ ଫେରୁଥିଲେ । ସେହି ସମୟରେ ସମ୍ମୁଖ ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ କଲା ସ୍ଥିତ ଶ୍ରୀୟା ପେଟ୍ରୋଲ ପମ୍ପ ନିକଟରେ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ ଅରୋହୀ ଜଣଙ୍କ କିଛିଦୁରରେ ଯାଇ ଛିଟିକି ପଡ଼ିଥିଲେ।  ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସମେତ ଦୁର୍ଘଟଣାଗ୍ରସ୍ତ ଗାଡିଦ୍ବୟକୁ ଜବତ କରି ତଦନ୍ତ ଆରମ୍ଭ କରିଛି।