
ଭୁବନେଶ୍ୱର, ୧୭/୦୫/୨୧ (ଜିଲ୍ଲା ଖବର) : ଆଉ ନାହାନ୍ତି ଅମରେନ୍ଦ୍ର ମହାନ୍ତି । ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକଙ୍କ ଦେହାନ୍ତ । ଆଜି ଭୋର ପ୍ରାୟ 5ଟା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।
କୋଭିଡ ଆମ ଗହଣରୁ ଆଉ ଏକ ଚିହ୍ନା ମୁହଁ ଛଡ଼ାଇ ନେଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।
ବହୁ ଭଜନ ଓ ହିଟ୍ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମରେନ୍ଦ୍ର । ଅମରେନ୍ଦ୍ରଙ୍କ ଦେହାନ୍ତରେ ଓଡିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।




