Sunday, October 11, 2026
Home ଆଞ୍ଚଳିକ ଶିଶୁ ଯତ୍ନ କେନ୍ଦ୍ରରେ ପଶିଲା କରୋନା

ଶିଶୁ ଯତ୍ନ କେନ୍ଦ୍ରରେ ପଶିଲା କରୋନା

14

ଝାରସୁଗୁଡା, ୧୭/୦୫/୨୧ (ଜିଲ୍ଲା ଖବର) : ଶିଶୁ ଯତ୍ନ କେନ୍ଦ୍ରରେ ପଶିଲା କରୋନା । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳସ୍ଥିତ ଠକ୍କର ବାବା ଅନାଥ ସେବା ସଦନରେ ରହୁଥିବା ୧୧ ଜଣ ଅନ୍ତେବାସୀ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେବା ସଦନର ସମ୍ପାଦକ ନିରାକାର କିଷାନ ଏହି ସୂଚନା ଦେଇଛନ୍ତି ।

କିଛି ଅନ୍ତେବାସୀଙ୍କ ଦେହ ଅସୁସ୍ଥ ହେବା ପରେ ସେଠାରେ ରହୁଥିବା ୩୪ ଜଣଙ୍କ ସହିତ ମୋଟ ୪୭ ଜଣଙ୍କ ଗତକାଲି ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୧୧ ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଶିଶୁ ଯତ୍ନ କେନ୍ଦ୍ରରେ ୧୧ ଜଣ କୋଭିଡ଼ ସଂକ୍ରମିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମିତଙ୍କୁ ସଙ୍ଗରୋଧ ରଖି ଆବଶ୍ୟକ ଔଷଧ ପ୍ରଦାନ କରାଯାଇଛି ।