
ଭୁବନେଶ୍ୱର,୧୭/୦୫/୨୧ (ଜିଲ୍ଲା ଖବର) : କରୋନା ମୁକାବିଲା ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେଉଥିବାବେଳେ ବିଧାୟକମାନଙ୍କ ସହ ଆଲୋଚନା ପାଇଁ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ । ବିଧାନସଭା ସମ୍ମିଳନୀ କକ୍ଷରେ ବସିବ ଏହି ମିଟିଂ । କୋଭିଡ କଟକଣା ଭିତରେ ଲୋକସେବା ଭବନରୁ ବୈଠକରେ ଯୋଗ ଦେବେ ବିଧାୟକ ଓ ବିଭିନ୍ନ ଦଳର ମୁଖ୍ୟ ସଚେତକ । ଯେଉଁମାନେ ନଆସିପାରିବେ ସେମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବେ । ଆଗକୁ କିପରି ଦକ୍ଷତାର ସହ କରୋନା ମହାମାରୀର ମୁକାବିଲା କରିହେବ ସେନେଇ ବେୈଠକରେ ଆଲୋଚନା କରାଯିବା ସହ ବିଧାୟକ ମାନେ ନିଜ ନିଜର ମତ ରଖିବା ସହ ସରକାରଙ୍କୁ ପରାମର୍ଶ ଦେଇପାରିବେ ବୋଲି ସୂଚନା ମିଳିଛି।


