Monday, November 16, 2026
Home ଆଞ୍ଚଳିକ ଭାଙ୍ଗିଲାଣି ଘର, ଉପୁଡିଲାଣି ଗଛ, କାଲି ସକାଳେ ଛୁଇଁବ ଗୁଜରାଟ ଉପକୂଳ

ଭାଙ୍ଗିଲାଣି ଘର, ଉପୁଡିଲାଣି ଗଛ, କାଲି ସକାଳେ ଛୁଇଁବ ଗୁଜରାଟ ଉପକୂଳ

9

୧୭/୦୫/୨୧ (ଜିଲ୍ଲା ଖବର), :  ଭୟଙ୍କର ହେଉଛି ସାମୁଦ୍ରିକ ଝଡ ତଉକତେ । ତଉକତେ ପ୍ରଭାବରେ ତାସ ପରି ଭାଙ୍ଗି ପଡୁଛି ତିନି ମହଲା ଘର ତ ଆଉ କେଉଁଠି ଲତା ପରି ତଳେ ଗଡୁଛି ବଡବଡ ଗଛ । ବାତ୍ୟା ପ୍ରଭାବରେ ବର୍ଷା ଆଉ ପବନରେ ଲୋକେ ଭୟଭୀତ । ଅଥଳ ସମୁଦ୍ର ସୁ ସୁ ଗର୍ଜନ କରି ମାଡିଆସୁଛି ସ୍ଥଳଭାଗକୁ ସତେ ଯେମିତି ସବୁକିଛି ଗିଳି ଦେବ । ତଉକତେ ତୁଫାନର ପ୍ରଭାବ କେରଳ, କର୍ଣ୍ଣାଟକ, ଗୋଆ, ଲାକ୍ଷାଦ୍ବୀପ, ମହାରାଷ୍ଟ୍ର ଓ ଗୁଜୁରାଟ ଉପରେ ପଡିବ ବୋଲି କହିଛି ପାଣିପାଗ ବିଭାଗ । 18 ତାରିଖ ସକାଳେ ଗୁଜୁରାଟରେ ଲ୍ୟାଣ୍ଡଫଲ କରିବ ତଉକତେ।   ସେପଟେ ବାତ୍ୟା ମୁକାବିଲା ପାଇଁ ଏନଡିଆରଫ ଟିମ ସମସ୍ତ ଯାଗାରେ ନିୟୋଜିତ ହୋଇଥିବାବେଳେ ବାୟୁସେନାକୁ ମଧ୍ୟ ଆର୍ଲଟ ରହିଛି । ବାତ୍ୟାକୁ ନେଇ ଏନଡିଆଏଫ ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ଏନଡିଆରଏଫ ଡିଜି ଏସ.ଏନ.ପ୍ରଧାନ । ଗୁଜରାଟରେ 24ଟି ଏନଡିଆରଏଫ ଟିମ୍ ନିୟୋଜିତ ହେବା ସହ ବାହାର ରାଜ୍ୟରୁ 13ଟି ଟିମ୍ ପହଞ୍ଚିଛି ।  ତଉକତେ ନେଇ ଗୃହମନ୍ତ୍ରୀ ଅମିତ ଶାହ ଗୁଜୁରାଟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଗୁଜୁରାଟରେ ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ସମୁଦ୍ରକୂଳିଆ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।