
ନୂଆଦିଲ୍ଲୀ,୧୭/୦୫/୨୧ (ଜିଲ୍ଲା ଖବର) : ଆଜି ମାର୍କେଟକୁ ଆସିବ DRDO ଔଷଧ 2DG । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଡୋଜ ଲଞ୍ଚ କରାଯିବ ବୋଲି DRDO ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ସମୟରେ ଏହାର ଉତ୍ପାଦନ ଅଧିକ କରିବା ପାଇଁ କାମ ଚାଲିଥିବା DRDO ପକ୍ଷରୁ କୁହାଯାଇଛି । ଏହି ଔଷଧ ଦ୍ବାରା ଜଣେ ରୋଗୀ ଶୀଘ୍ର ସୁସ୍ଥ ହେବ ବୋଲି ଦାବି କରିଛି DRDO ।
କରୋନାର ପ୍ରଥମ ଲହର ସମୟରେ ଏପ୍ରିଲ ୨୦୨୦ରେ INMAS-DRDO ବୈଜ୍ଞାନିକମାନେ ପରୀକ୍ଷଣ କରିଥିଲେ । ମେ ୨୦୨୦ରେ ୨DGର ଦ୍ବିତୀୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ଫେଜ-୨ରେ ୧୧୦ ରୋଗୀଙ୍କ ନିକଟରେ ଟ୍ରାଏଲ ହୋଇଥିଲା । ନଭେମ୍ବର ୨୦୨୦ରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମିଳିଥିଲା । ୨୭ଟି କୋଭିଡ୍ ହସ୍ପିଟାଲରେ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ୨୨୦ ରୋଗୀଙ୍କ ନିକଟରେ ପରୀକ୍ଷଣ କରାଯାଇଥିଲା ।


