
ନୂଆଦିଲ୍ଲୀ,୧୭/୦୫/୨୧ (ଜିଲ୍ଲା ଖବର) : ଦୀର୍ଘ ୬ ମାସ ପରେ ଆଜିଠୁ ଖୋଲିଲା କେଦାରନାଥ ଧାମ କବାଟ ଖୋଲିବ । ଶୀତ ଋତୁ ଯୋଗୁଁ ମନ୍ଦିର ବନ୍ଦ ଥିଲା। ତେବେ ଗ୍ରୀଷ୍ମ ଆଗମନ ସହ ମନ୍ଦିରରେ କେଦାରନାଥଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ। ଏଥର ମଧ୍ୟ ବାବା କେଦାରନାଥଙ୍କ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ । ଦେଶରେ ଏବେ କୋଭିଡ-୧୯ର ଦ୍ବିତୀୟ ଲହର ଚାଲିଛି । ଏଣୁ ବାବା କେଦାର ନାଥଙ୍କ ପ୍ରତ୍ୟକ୍ଷ ପୂଜାର୍ଚ୍ଚନା ଓ ଦର୍ଶନ ଲାଗି ଭକ୍ତଙ୍କ ନିମନ୍ତେ କଡ଼ା କଟକଣା ଲାଗୁ ରହିଛି । ତେବେ ସକାଳୁ ମନ୍ଦିରର ଦ୍ବାରଫିଟା ନୀତିରେ ତୀର୍ଥ ପୁରୋହିତଙ୍କ ସମେତ ସୀମିତ ଲୋକଙ୍କ ଉପସ୍ଥିତ ରହି ବିଧିବିଧାନରେ କବାଟ ଖୋଲିଛନ୍ତି । ତେବେ ଏହି ସମୟରେ ଅଳ୍ପ କିଛି ପୂଜକ ଉପସ୍ଥିତ ଥବା ସୂଚନା ମିଳିଛି । ଭଗବାନ କେଦାରନାଥଙ୍କ ଦ୍ୱାର ଖୋଲିବା ପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ଦ୍ୱାରଫିଟା ନୀତି ପୂର୍ବରୁ ବାବା କେଦାରନାଥଙ୍କ ପୂଜାର୍ଚ୍ଚନା ସକାଳ ୩ଟାରୁ ଆରମ୍ଭ ହୋଇଯାଇଥିଲା । ସଂକ୍ରମଣ ଦୃଷ୍ଟିରୁ କିଛି ଲୋକଙ୍କୁ ହିଁ ଅନୁମତି ମିଳିଥିଲା । ଏହା ପୂର୍ବରୁ ମନ୍ଦିର ପରିସରକୁ ୧୧ କ୍ୱିଣ୍ଟାଲ ଫୁଲରେ ସୁସଜ୍ଜିତ କରାଯାଇଥିଲା । ଭଗବାନ କେଦାରନାଥଙ୍କ ସମେତ ଅନ୍ୟ ସମସ୍ତ ମନ୍ଦିରକୁ ମଧ୍ୟ ରଙ୍ଗବେରଙ୍ଗୀ ଫୁଲରେ ସୁସଜ୍ଜିତ କରାଯାଇଛି ।


