
ଜଟଣୀ୧୬/୫(ଜିଲ୍ଲା ଖଵର) : ରବିବାର ଅପରାହ୍ନରେ ଭୂବନେଶ୍ୱର ଉପଜିଲାପାଳ ଓ ସମସ୍ତ ଜନପ୍ରତିନିଧୀ ତଥା ସରପଚଂମାନଙ୍କୁ ନେଇ ଏକ ଭର୍ଚୁଆଲ ବୈଠକ ଆୟୋଜିତ ହୋଇଯାଇଛି । ସହରାଚଂଳ ଅପେକ୍ଷା ଗ୍ରାମାଚଂଳରେ ସଂକ୍ରମଣ ଉପରମୁହାଁ ହେବାପରେ ପ୍ରଶାସନିକସ୍ତରରେ ଚିନ୍ତାର କାରଣ ପାଲଟିଛି । ତେଣୁ ତୃଣମୂଳସ୍ତରରେ ଗ୍ରାମାଚଂଳରେ ସଂକ୍ରମଣକୁ ଆୟତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ବିଡିଓ ସରୋଜ କୁମାର ରାଉତ,ତହସିଲଦାର ତପନ କୁମାର ମହାପାତ୍ର, ମେଡିକାଲ ସୁପରିଟେଣ୍ଡେଂଟ ଯିତେନ୍ଦ୍ର ପଣ୍ଡା, ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ,ସିଡିପିଓ ବନ୍ଦନା ଦେବୀଙ୍କ ସହିତ ଜଟଣୀବ୍ଲକର ୧୫ଟି ପଚାଂୟତର ସରପଚଂମାନଙ୍କୁ ନେଇ ଏକ ଭର୍ଚୁଆଲ ବୈଠକ ଭୂବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁ ଆୟୋଜନ କରିଥିଲେ । ଉପଜିଲାପାଳ ଶ୍ରୀ ସାହୁ ଗତ ଦୁଇଦିନ ମଧ୍ୟରେ ୨ଥର କରୋନା ସଂକ୍ରମିତଙ୍କ ସହିତ ସେମାନଙ୍କ ସ୍ଥିତି ଭର୍ଚୁଆଲମୋଡରେ ପଚାରିବୁଝିଥିଲେ । ମାତ୍ର ଆଜି ଏନେଇ ପଚାଂୟତର ସମସ୍ତ ସରପଚଂମାନଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ସେମାନେ ଯଥା ସମ୍ଭବ ସଂଗରୋଧରେ ରହୁଥିବା ସଂକ୍ରମିତମାନଙ୍କ ସ୍ଥିତି ଅନୁଧ୍ୟାନ କରିବେ । ଗ୍ରାମାଚଂଳକୁ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରବାସୀମାନଙ୍କ ସହିତ ଆଲୋଚନା କରିବେ । ସେମାନଙ୍କ କରୋନା ସଂକ୍ରମଣର ସ୍ଥିତି ପଚାରି ବୁଝିବେ ।ଗ୍ରାମାଚଂଳରେ ସଂଗରୋଧରେ ରହିଥିବା ସଂକ୍ରମିତଙ୍କ ସହିତ ଭର୍ଚୁଆଲ ମୋଡମାଧ୍ୟମରେ ଏହାର ତଦାରଖ କରିବା ସହିତ ଆବଶ୍ୟକସ୍ଥଳେ ସେମାନଙ୍କ ନିକଟକୁ ଯାଇ ସମସ୍ୟା ବୁଝିବେ । ସେହିକ୍ରମରେ ମିଶନଶକ୍ତିର ସଦସ୍ୟାମାନଙ୍କୁ ମଧ୍ୟ ଗ୍ରାମାଚଂଳର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଗ୍ରାମାଚଂଳରେ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବାଲାଗି ବିଡିଓ ଅଗ୍ନିଶମ ବିଭାଗର ସହାୟତା ନେଇ ସ୍ୱଛତାକୁ ଗୁରୁତ୍ୱ ଦେବେ ବୋଲି ଆଲୋଚନା ହୋଇଥିଲା । ତହସିଲଦାର ଓ ଥାନାଧିକାରୀଙ୍କୁ ଗ୍ରାମାଚଂଳରେ ଏନଫୋର୍ସମେଂଟକୁ କଡାକଡି କରିବାକୁ କୁହାଯାଇଥିଲା । ସେହିପରି ସମସ୍ତ ଗ୍ରାମପଚାଂୟତରେ ସର୍ବେକ୍ଷଣକୁ ତ୍ୱରିତ କରିବାଲାଗି ସିଡିପିଓ ଅଙ୍ଗନୱାଡି କର୍ମିଙ୍କ ସହାୟତାରେ କାର୍ଯ୍ୟକାରୀ କରିବେ ବୋଲି ଉପଜିଲାପାଳ ସିଡିପିଓଙ୍କୁ ନିର୍ଦ୍ଧେଶ ଦେଇଥିଲେ । ହସ୍ପିଟାଲରେ ଟିକାକରଣ ପ୍ରକ୍ରିୟାକୁ ଆହୁରି ସୁଗମ କରିବାଲାଗି ମେଡିକାଲ ସୁପରିଟେଣ୍ଡେଂଟଙ୍କୁ ନିର୍ଦ୍ଧେଶ ଦେଉଛନ୍ତି । ଏହିପରି ପ୍ରତି ସପ୍ତାହରେ ଭର୍ଚୁଆଲ ବୈଠକ ଆୟୋଜନ କରାଯାଇ ଗ୍ରାମାଚଂଳର ସ୍ଥିତି ପରଖିବେ ବୋଲି କହିଛନ୍ତି ଉପଜିଲାପାଳ ଶ୍ରୀ ସାହୁ । ଗ୍ରାମାଚଂଳର କରୋନାସ୍ଥିତିକୁ ଜନପ୍ରତିନିଧୀ ତଥା ସରପଚଂମାନେ ଦୃଷ୍ଟିଦେବାକୁ ଉପଜିଲାପାଳ ନିର୍ଦ୍ଧେଶନାମାରେ ପୁର୍ବରୁ ଉଲେଖ କରିଥିଲେ ବୋଲି କହିଛନ୍ତି ।
ରିପୋର୍ଟ ସଞ୍ଜୀବ କୁମାର


