
ବାଲିଗୁଡା,୧୬/୫ {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ NAC ଅନ୍ତର୍ଗତ ଭଗାମୁଣ୍ଡା ସାହିରେ ରହନ୍ତି ଶ୍ୟାମଘନ ପଣ୍ଡା | ତାଙ୍କର ବୟସ 83 ବର୍ଷ, ସେ କିଛିଦିନ ପୂର୍ବରୁ କରୋନାରେ ପୀଡ଼ିତ ହୋଇ ବାଲିଗୁଡା ନିକଟଷ୍ଟ ବଡ଼ଗାଁ କୋଭିଡ୍ କେୟାର ସେଣ୍ଟର ରେ ଚିକିଛା ଧୀନ ଥିଲେ | ସେ ଗତ କାଲି ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି | ସେ ସଫଳତାର ସହ କୋଭିଡ଼୍-19 କୁ ପରାସ୍ତ କରିଥିବାରୁ କନ୍ଧମାଳ ଜିଲ୍ଲା ପାଳ ବୃନ୍ଦା ଡି, କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ ଏବଂବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଶ୍ରୀ ପଣ୍ଡାଙ୍କୁ ଟୁଇଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି |



