
ଜଟଣୀ,୧୬/୫(ଜିଲ୍ଲା ଖଵର) : ଜଟଣୀ ଅଂଚଳରେ ଆତଙ୍କ ଖେଳାଇଥିବା ୨ଜଣ କୁଖ୍ୟାତ ଅପରାଧୀଙ୍କୁ ଜଟଣୀପୁଲିସ ଗିରଫକରିଛି । ସେମାନଙ୍କଠାରୁ ପୁଲିସ ୫ ରାଉଣ୍ଡ ଜିବନ୍ତଗୁଳି ଏବଂ ଏକ ବନ୍ଧୁକ ଜବତ କରିଛି । ଦାଦାବଟି, ସରକାରୀ ଜମିପ୍ଲଟିଂ,ବନ୍ଧୁକ ଦେଖାଇ ଲୋକମାନଙ୍କୁ ଭୟଭିତ କରାଇବା ଇତ୍ୟାଦି ଘଟଣାକୁ ନେଇ ଅଭିଯୋଗକ୍ରମେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ମାର୍ଚ୍ଚ ୩୦ ତାରିଖରେ ଜଟଣୀଥାନା ଅନ୍ତର୍ଗତ ରେତଙ୍ଗକଲୋନୀ ଅଂଚଳର କାମେଶ ଏବଂ ଓମକାର ନାମକ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଏବଂ ସେମାନଙ୍କୁ ବନ୍ଧୁକ ଦେଖାଇବା ଘଟଣାରେ ପୁଲିସ ଗଜପତିନଗରର ସେକ୍ ଇମ୍ରାନ ଓରଫ ସଦ୍ଦାମ(୨୭)କୁ ଗତକାଲି ଗିରଫକରିଛି । ଏନେଇ ଜଟଣୀଥାନା କେଶନଂ୧୬୭/୨୧ରେ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି । ସେହିପରି ୨୦୨୦ ମସିହାରେ କୁଦିଆରୀ ଗ୍ରାମର ଜମିବାଡି ବ୍ୟବସାୟ କରୁଥିବା ତପୁ ପଟ୍ଟନାୟକ ନାମକ ଜଣେ ଯୁବକଙ୍କୁ ଅପହରଣ କରି ତାଙ୍କଠାରୁ ବଟି ଆଦାୟ କରିବା ସହିତ ଆକ୍ରମଣ କରିଥିବା ନେଇ ତପୁ ଜଟଣୀଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି, ପୁଲିସ ଏଥିରେ ସଂପୃକ୍ତ ରେତଙ୍ଗକଲୋନୀ ଅଂଚଳର ଅଜିତ ଚନ୍ଦ୍ର ନାୟକ(୨୩)କୁ ଗିରଫ କରିଥିବା ବେଳେ ତାନିକଟରୁ ୬ରାଉଣ୍ଡ ବିଶିଷ୍ଟ ବନ୍ଧୁକ ଏବଂ ୫ ରାଉଣ୍ଡ ଜିବନ୍ତଗୁଳିକୁ ଜବତ କରିଛି । ଏହି ଦୁଇ ଅଭିଯୁକ୍ତ ଜଟଣୀର ଏକାଧୀକ ଅପରାଧରେ ମୂଖ୍ୟ ଅପରାଧୀଭାବେ ସମ୍ପୃକ୍ତ ରହିଥିବା ପୁଲିସ କହିଛି ।
ରିପୋର୍ଟ, ସଞ୍ଜୀବ କୁମାର


