
ନୂଆଦିଲ୍ଲୀ ,୧୫/୦୫/୨୧ (ଜିଲ୍ଲା ଖବର) : ଦେଶରେ କରୋନା ଭାଇରସର ଦ୍ବିତୀୟ ଲହରୀ ହୁ ହୁ ହୋଇ ବଢି ଚାଲିଛି । ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ,ଅନେକ ଦୁଃଖଦ ଖବର ମଧ୍ୟ ସାମ୍ନାକୁ ଆସୁଛି । ବଲିଉଡ ଇଣ୍ଡଷ୍ଟ୍ରିରେ କରୋନାର ପ୍ରଭାବ ଅଧିକ ପଡୁଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ କରୋନା ଅନେକ କଳାକାରଙ୍କ ଜୀବନ ନେଲାଣି । ଠିକ୍ ସେମିତି ନିକଟରେ ବଲିଉଡ ଇଣ୍ଡଷ୍ଟ୍ରିରୁ ଆଉ ଏକ ଦୁଃଖଦ ଖବର ଆସିଛି । ଡାଇଲଗ ରାଇଟର ସୁବୋଧ ଚୋପ୍ରାଙ୍କ ଗତ ଶୁକ୍ରବାର ଦିନ ଦେହାନ୍ତ ହୋଇଛି । ଗତ କିଛି ଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ସେ କରୋନା ନେଗେଟିଭ୍ ମଧ୍ୟ ହୋଇଥିଲେ । ହେଲେ ଗତ ଶୁକ୍ରବାର ଦିନ ସେ ତାଙ୍କର ଶେଷ ନିଷ୍ବାସ ତ୍ୟାଗ କରିଛନ୍ତି । ସୁବୋଧ ଚୋପ୍ରା ‘ମର୍ଡର’ ଏବଂ ‘rog’ ଭଳି ଅନେକ ଫିଲ୍ମରେ ଡାଇଲଗ ଲେଖିଛନ୍ତି । ସୁବୋଧ ଚୋପ୍ରାଙ୍କ ସାନ ଭାଇ ସୁବୋଧଙ୍କ ଦେହାନ୍ତ ହେବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ସପ୍ତାହ ଶନିବାର ଦିନ ତାଙ୍କର କରୋନା ଟେଷ୍ଟ ରିପାର୍ଟ ନେଗେଟିଭ୍ ଆସିଥିଲା ହେଲେ, ସୋମବାର ଦିନ ତାଙ୍କର ସ୍ବାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡିଥିଲା । ତାଙ୍କର ଅକ୍ସିଜେନ ଲେବୁଲ ଅଚାନକ୍ କମି ଯାଇଥିଲା । ଏହପରେ ଘରେ ତାଙ୍କର ଏକ ସିଲିଣ୍ଡର ବ୍ୟବସ୍ଥା କରାଯାଇଥିଲା । ସେ ବହୁତ୍ ଦୁର୍ବଳ ଅନୁଭବ କରୁଥିଲେ । ଏବଂ ତାଙ୍କର ବ୍ଲଡ ପ୍ରେସର ମଧ୍ୟ ବଢି ଯାଇଥିଲା । ଏହାପରେ ଶୁକ୍ରବାର ସକାଳେ ତାଙ୍କର ସ୍ବାସ୍ଥବସ୍ଥା ଅଧିକ ବିଗିଡିଥିଲା ଓ ତାଙ୍କୁ ତୁରନ୍ତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।


