
ନୂଆଦିଲ୍ଲୀ, ୧୫/୦୫/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ କରୀନା କପୁର ଏବଂ କରୀସ୍ମା କପୁରଙ୍କ ପିତା ରଣଧୀର କପୁରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ, ଗତ ୨୯ ଏପ୍ରିଲରେ ତାଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ସେ କରୋନା ମୁକ୍ତ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।
କୋକିଲାବେନ ହସ୍ପିଟାଲର ପ୍ରବକ୍ତା ୨ ମଇରେ କହିଥିଲେ ଯେ, ରଣଧିର କପୁରଙ୍କୁ ଆଇସିୟୁରୁ ବାହାର କରାଯାଇଛି ଏବଂ ଖୁବ୍ ଶୀଘ୍ର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ହେଲେ ତାଙ୍କର ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଚିକିସ୍ବକ ମାନେ ତାଙ୍କୁ ଆଉ ଦୁଇ ସପ୍ତାହ ରଖିଥିଲେ ।
ହସ୍ପିଟାଲରେ ଭର୍ତ୍ତି କରିବା ସମୟରେ ତାଙ୍କର ପ୍ରବଳ ଜ୍ବର ଥିଲା । ଏହାପରେ ତାଙ୍କ ଝିଅ କରୀନା ଏବଂ କରୀସ୍ମାର ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ କହିଥିଲେ । ତେବେ ଏବେ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ, ସେ ତାଙ୍କୁ ଘରକୁ ଫେରିଛନ୍ତି । ହେଲେ ତାଙ୍କୁ ଏବେ ଆଉ ଦୁଇ ସପ୍ତାହ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି ।




