
ଭୁବନେଶ୍ୱର, ୧୫/୦୫/୨୧ (ଜିଲ୍ଲା ଖବର) : ଏଥର ସଅଳ ଆସିବ ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଛୁଇଁବା ସ୍ବାଭାବିକ ସମୟ ଜୁନ ୧ ତାରିଖ । ଏଥର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ମେ ୩୧ ତାରିଖରେ ଛୁଇଁବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଜୁନ୍ ୧୦ ତାରିଖ ଦିନ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିବ ବୋଲି ଅନୁମାନ କରାଯାଇଛି । ଏଭଳି ଆକଳନ ଚାଷୀ କୂଳକୁ ଆଶ୍ବସ୍ତି କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଥମ ବର୍ଷା ଦକ୍ଷିଣ ଆଣ୍ଡାମାନ ସାଗରରେ ହୋଇଥାଏ । ଏହା ପରେ ମୌସୁମୀ ବାୟୁ ଉତ୍ତର ପଶ୍ଚିମ ଆଡକୁ ଗତି କରି ବଙ୍ଗୋପସାଗର ମୁହାଁ ହୋଇଥାଏ ।


