Thursday, November 12, 2026
Home ଆଞ୍ଚଳିକ ମାସ୍କ ନ ପିନ୍ଧି ଆରଆଇ ଗଣିଲେ ଫାଇନ୍‌

ମାସ୍କ ନ ପିନ୍ଧି ଆରଆଇ ଗଣିଲେ ଫାଇନ୍‌

7

ବ୍ରହ୍ମପୁର, ୧୫/୦୫/୨୧ (ଜିଲ୍ଲା ଖବର) :  ଗଂଜାମ ହିଂଜିଳିକାଟୁ ବୁରୁପଡା ଆରଆଇ ମାସ୍କ ନ ପିନ୍ଧି ଦେଲେ ଜରିମାନା। ମାସ୍କ ନ ପିନ୍ଧି ଜନଗହଳି ସ୍ଥାନ ବୁଲୁଥିବା ହେତୁ 500 ଟଙ୍କା ଦେଲେ ଫାଇନ। ସୂଚନା ମୁତାବକ ଗତକାଲି ବୁରୁପଡା ଆରଆଇ ସୁଧାଂଶୁ ଶେଖର ପାଣିଗ୍ରାହୀ ନିଜ ଅଞ୍ଚଳରେ ଚାଲିଥିବା ସରକାରୀ କାର୍ଯ୍ୟାଳୟ ରେ ମାସ୍କ ପିନ୍ଧିନଥିବା ଏବଂ ନାକ,ପାଟି ତଳକୁ ପିନ୍ଧିଥିବା ଭିଜୁଆଲ ଭାଇରଲ ହୋଇଥିଲା । ପରେ ସେ ଫାଇନ ଦେବାକୁ ବାଧ୍ୟ ହେଲେ ଏବଂ ଫାଇନ ମଧ୍ୟ ଦେଲେ। ଜଣେ ସରକାରୀ କର୍ମଚାରୀ କୋଭିଡ ନିୟମ ନ ମାନିବା କିମ୍ବା ଫାଇନ ଦେବା ଘଟଣା ଏବେ ଚର୍ଚ୍ଚା ବିଷୟ ପାଲଟିଛି।