Wednesday, July 22, 2026
Home ଆଞ୍ଚଳିକ ଭାରସାମ୍ୟ ହରାଇ ଓଲଟିଲା କାର; 3 ମୃତ, 2 ଆହତ

ଭାରସାମ୍ୟ ହରାଇ ଓଲଟିଲା କାର; 3 ମୃତ, 2 ଆହତ

12

ବାଲେଶ୍ୱର, ୧୫/୦୫/୨୧ (ଜିଲ୍ଲା ଖବର) :  ବାଲେଶ୍ୱର 16 ନମ୍ବର ଜାତୀୟ ରାଜପଥ ବିର୍ଲା ଟାୟାର ନିକଟରେ ଭାରସାମ୍ୟ ହରାଇ ଓଲଟିଲା କାର୍ ।  ଘଟଣାସ୍ଥଳରେ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  2 ଜଣ ଆହତ ହୋଇଛନ୍ତି  । ଗାଡିଟି ବାରିପଦାରୁ ଭୁବନେଶ୍ୱର ଯାଉଥିବା ସୂଚନା ।

ଆହତ ଦୁଇ ଜଣଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଭାରସାମ୍ୟ ହରାଇ କାର ରାସ୍ତା ତଳକୁ ଓଲଟି ପଡିଥିବା ସୂଚନା ।  ତେବେ ଆହତ ଓ ମୃତକଙ୍କ ପରିଚୟ ଏବେ ସୁଦ୍ଧା ମିଳି ନାହିଁ  ।