
ଭୁବନେଶ୍ୱର, ୧୫/୦୫/୨୧ (ଜିଲ୍ଲା ଖବର) : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଛି। ରାଜ୍ୟରେ ଆହୁରି କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଫଳରେ ଅନେକ ଜିଲ୍ଲାରେ ବର୍ଷା ବଜ୍ରପାତ ଆଶଙ୍କା ନେଇ ଆଲର୍ଟ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। 14ଟି ଜିଲ୍ଲାକୁ ଏଥିପାଇଁ ୱାର୍ଣ୍ଣିଂ ଦିଆଯାଇଛି ।
ସେହି ଜିଲ୍ଲା ଗୁଡିକ ହେଲା- କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, କଟକ ଓ କେନ୍ଦ୍ରାପଡ଼ା।


