Wednesday, October 14, 2026
Home ଆଞ୍ଚଳିକ ଅଲାରନାଥ ଚନ୍ଦନ ଯାତ୍ରା ପାଇଁ ଲାଗୁ ହେଲା ୧୪୪ ଧାରା

ଅଲାରନାଥ ଚନ୍ଦନ ଯାତ୍ରା ପାଇଁ ଲାଗୁ ହେଲା ୧୪୪ ଧାରା

10

ପୁରୀ,୧୫/୦୫/୨୧ (ଜିଲ୍ଲା ଖବର) : ଆଜି ପବିତ୍ର ଅକ୍ଷୟ ତୃତୀୟା ଓ ଆଜି ଠୁ ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଆଜି ଠାରୁ ୨୧ ଦିନ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ଶ୍ରୀଜୀଉ । ଏପଟେ  ଅଲାରନାଥ ଚନ୍ଦନ ଯାତ୍ରା ପାଇଁ ଲାଗୁ ହେଲା ୧୪୪ ଧାରା! ଆଜି ଠାରୁ ୨୧ ଦିନ ପର୍ଯ୍ୟନ୍ତ ଚାଲିବ ଶ୍ରୀ ଅଲାରନାଥ ଚନ୍ଦନ ଯାତ୍ରା । ୨୧ ଦିନ ପର୍ଯ୍ୟନ୍ତ ବଳବତର ରହିବ ୧୪୪ ଧାରା। ମଧ୍ୟାହ୍ନ ୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଲାଗୁ ହେବ ଏହି ନିୟମ। ଚଳିତ ବର୍ଷ କରୋନା ମହାମାରୀ ଲାଗି ସ୍ବଳ୍ପ ସେବାୟତ ଙ୍କୁ ନେଇ ଅନୁଷ୍ଠିତ ହେବ ଯାତ୍ରା। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମଗିରି ତହସିଲଦାର କାହ୍ନୁ ଚରଣ ଘଡେଇ।