Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ମାଧୁରୀ ଦିକ୍ଷୀତ୍

ଜନ୍ମଦିନର ଶୁଭେଚ୍ଛା ! ମାଧୁରୀ ଦିକ୍ଷୀତ୍

10

ନୂଆଦିଲ୍ଲୀ,୧୫/୦୫/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ତଥା, ଧକ୍ ଧକ୍ ଗର୍ଲ କୁହାଯାଉଥିବା ମାଧୁରୀ ଦିକ୍ଷୀତଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ୧୯୮୪ରେ ଫିଲ୍ମ’ଅବଧ’ ମାଧ୍ୟମରେ ସେ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ  ସେ ଅଧିକ ପରିଚିତ ହୋଇଥିଲେ୧୯୮୮ରେ ଫିଲ୍ମ ‘ତେଜାବ’ ମାଧ୍ୟମରେ ।

ସେ ଫିଲ୍ମ ‘ରାମ୍ ଲଖନ’, ‘ଦିଲ’ , ‘ସାଜନ୍ ‘, ‘ବେଟା’, ‘ଖଳନାୟକ’, ‘ହମ୍’ , ‘ଦିଲ ତ ପାଗଲ ହେ’, ‘ଦେବଦାସ’ ଭଳି ଅନେକ ହିଟ ଫିଳ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ସେ  ।

କେବଳ ଫିଲ୍ମ ନୁହେଁ, ଏହା ସହିତ ମାଧୁରୀ ଛୋଟ ପରଦାରେ ଡାନ୍ସ ରିଆଲିଟି ଶୋ’ ଝଲକ ଦିଖଲା ଯା’ ରେ ଜଜ୍ ମଧ୍ୟ ରହିଛନ୍ତି ।

ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ତାଙ୍କର ଫ୍ୟାନ୍ସ ମାନଙ୍କ ଠାରୁ ଆରମ୍ଭ କରି , ଅନେକ ସେଲିବ୍ରେଟି ଶୁଭେଚ୍ଛା ଜଣାଉଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା।