Home ଆଞ୍ଚଳିକ ଆଜି ପବିତ୍ର ଅକ୍ଷୟ ତୃତୀୟା ସହ ଚନ୍ଦନ ଯାତ୍ରା

ଆଜି ପବିତ୍ର ଅକ୍ଷୟ ତୃତୀୟା ସହ ଚନ୍ଦନ ଯାତ୍ରା

164

ପୁରୀ,୧୫/୦୫/୨୧ (ଜିଲ୍ଲା ଖବର) :  ଆଜି ପବିତ୍ର ଚନ୍ଦନ ଯାତ୍ରା। ପୁରୀରେ ଭକ୍ତ ବିହୀନ ଚନ୍ଦନଯାତ୍ରା ପାଇଁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରୀ ହେବ ୧୪୪ ଧାରା। କୌଣସି ପରିସ୍ଥିତିରେ ଏସଓପିକୁ ଉଲ୍ଲଂଘନ ହେବାକୁ ଦିଆଯିବ ନାହିଁ। ସମ୍ପୁର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି। କୋଭିଡ କଟକଣା ପାଳନ ପାଇଁ ୬ ଟି ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟ କରିବ। ଯାତ୍ରା ସହ ଜଡିତ ସେବାୟତ ଓ କର୍ମଚାରୀ ହିଁ ସାମିଲ ହେବେ । ଅନ୍ୟପଟେ ଚନ୍ଦନ ଯାତ୍ରାରେ ସାମିଲ ହୋଇଥିବା ସେବାୟତ ମାନଙ୍କର ପୂର୍ବରୁ କରୋନା ଟେଷ୍ଟ କରାଯାଇଛି । କୋଭିଡ୍ ନେଗେଟିଭ୍ ଥିବା ସେବାୟତ ମାନଙ୍କ ଦ୍ୱାରା ହିଁ କେବଳ ନୀତିକାନ୍ତି ବଜାୟ ରଖିବା ପାଇଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଛି । ପୂର୍ବ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ମନ୍ଦିର ଭିତରେ ହିଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା ମାତ୍ର ଚଳିତ ବର୍ଷ ଶ୍ରୀମନ୍ଦିର ବାହାରେ ଚନ୍ଦନ ଯାତ୍ରାକୁ ଅନୁମତି ମିଳିଛି କିନ୍ତୁ ସମସ୍ତ କୋଭିଡ୍ ନିୟମର କଡା କଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ରହିଛି ।