
ଜଟଣୀ,୧୫/୫(ଜିଲ୍ଲା ଖଵର) : ମହାମାରୀ କରୋନା ଜ୍ୱାଳାରେ ରାଜ୍ୟସମେତ ଜଟଣୀରେ ଏହାର ମାତ୍ରାଧିକ ପ୍ରଭାବ ପଡିଥିବା ଅନେକ ଉଦାହରଣ ସୃଷ୍ଟି ହୋଇଯାଇଛି । ପ୍ରତ୍ୟେକଘରେ ଲୋକମାନେ କାମଧନ୍ଦା ଓ ବେପାରବଣିଜ ବନ୍ଦଯୋଗୁଁ ହାତବାନ୍ଧି ବସିଛନ୍ତି । ଚାରିଆଡେ ହାହାକାର ଲାଗିଛି । ଏଥି ମଧ୍ୟରେ ଅଧିକାଂଶ ଗରୀବ ଓ ଅସହାୟ ବର୍ଗର ଲୋକମାନେ ପ୍ରଭାବିତ ହୋଇଛନ୍ତି । ଦିନମଜୁରୀଆମାନଙ୍କୁ କାମ ମିଳୁନି । ଫଳରେ ସେମାନଙ୍କ ଘରେ ଅଭାବଅନଟନ ଦେଖାଦେଲାଣି । ତେଣୁ ଏହି ଅବସରରେ ଜଟଣୀ ରାଣୀପୁର ଅଂଚଳର ଯୁବସମାଜସେବୀ ବାପା’ମା ସେବାଶ୍ରମର ପ୍ରତିଷ୍ଠାତା ତଥା ବିଶ୍ୱକର୍ମା ମହାସଭା ସଂଗଠନର ରାଜ୍ୟ ସଭାପତି ଗୈାତମ ମହାରଣା ଅସହାୟ ଓ ଗରୀବ ଶ୍ରେଣୀର ଲୋକମାନଙ୍କୁ ଏବେ ରନ୍ଧାଖାଦ୍ୟ ଯୋଗାଇବା ଆରମ୍ଭ କରିଛନ୍ତି । ନିଜଘରେ ଖାଦ୍ୟ ପ୍ରସ୍ତୁତକରି ପ୍ୟାକେଟ ମାଧ୍ୟମରେ ଖୋର୍ଦ୍ଧା ବସଷ୍ଟାଣ୍ଡ, ଜଟଣୀର ଖୋର୍ଦ୍ଧାରୋଡ ରେଳଷ୍ଟେସନ,ହରିଭାଇନାଛକ,ସୀତାରାମଛକ, ମହୁଲଗୁଡିଆଛକ ସହିତ ଗଳିକନ୍ଦିରେ ଆଶ୍ରୟ ନେଇଥିବା ଅସହାୟମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଛନ୍ତି । ଦିର୍ଘ ୯ଦିନଠାରୁ ଏହି ରନ୍ଧାଖାଦ୍ୟ ଯୋଗାଣ ଜାରିରହିଥିବା କହିଛନ୍ତି ଗୈାତମ । ଏହା ଆଗକୁ ମଧ୍ୟ ବଳବତର ରହିବ ବୋଲି କହିଛନ୍ତି । ଗତ ୨୦୨୦ ମସିହା ମହାମାରୀ କରୋନା ବିପତି ସମୟରେ ସରକାରଙ୍କ ପକ୍ଷରୁ କରାଯାଇଥିବା ଲକଡାଉନରେ ଗରୀବ ଅସହାୟମାନଙ୍କୁ ପ୍ରଶାସନ ରନ୍ଧାଖାଦ୍ୟ ଯୋଗାଇଥିବା ବେଳେ ଚଳିତ ଲକଡାଉନରେ କୈାଣସି ବ୍ୟବସ୍ଥା କରାଯାଇନାହିଁ । ତେଣୁ ଏହି ଅସହାୟ ଓ ଗରୀବ ଲୋକମାନଙ୍କ ପ୍ରତି ଗୈାତମ ସହାୟ ହୋଇଥିବା ଅନେକ ବ୍ୟକ୍ତି କହିଛନ୍ତି । ଏଥିରେ ବାପା’ମା ଶେବାଶ୍ରମର ସମ୍ପାଦକ ଧୀରେନ ଛୋଟରାୟ,ମାନସ ସ୍ୱାଇଁ,ଅଶୋକ ଜେନାଙ୍କ ସହିତ ଅନ୍ୟମାନେ ଯୋଗଦେଇଥିଲେ ।
ରିପୋର୍ଟ, ସଞ୍ଜୀବ କୁମାର


