
ଜଟଣୀ,୧୫/୫(ଜିଲ୍ଲା ଖଵର) : ରେତଙ୍ଗ କଲୋନୀରେ ୨ ଜଣ ଯୁବକଙ୍କ ଉପରେ ଗୁଳି ଚାଳନା ଏବଂ ଆକ୍ରମଣ ଓ କୁଦିଆରୀ ଜଣେ ବ୍ୟବସାୟୀଙ୍କୁଠାରୁ ଦାଦା ବଟି ଆଦାୟ ଏବଂ ଅପହରଣ ଘଟଣାରେ ଜଡ଼ିତ ୨ ଜଣ ଯୁବକଙ୍କୁ ଜଟଣୀ ପୁଲିସ ଗିରଫ କରିଥିବା ସୂଚନା ଦେଇଛି। ଜଟଣୀ ଥାନା ଭାରପ୍ରାପ୍ତ ପୁଲିସ ଇନ୍ସପେକ୍ଟର ବିଶ୍ବରଞ୍ଜନ ସାହୁଙ୍କ କହିବାନୁସାରେ ରେତଙ୍ଗ କଲୋନୀଠାରେ କାମେଶ ଓ ଓଁକାର ଦୁଇ ଜଣ ଯୁବକଙ୍କ ଉପରେ ଗୁଳି ଚାଳନା ଏବଂ ଆକ୍ରମଣ ଘଟଣାରେ ଗଜପତିନଗରର ସେକ୍ ଇମ୍ରାନ ଓରଫ ସଦ୍ଦାମଙ୍କୁ ପୁଲିସ ଗିରଫ କରିଛି।
ସଦ୍ଦାମଙ୍କ ସହ ରେତଙ୍ଗ କଲୋନୀର କୈଳାସଚନ୍ଦ୍ର ନାୟକଙ୍କୁ ପୁଲିସ ଗିରଫ କରିଥିବା ସୂଚନା ଦେଇଛି। ସେମାନଙ୍କ ପାଖରୁ ୫ ରାଉଣ୍ଡ ଗୁଳି ଭର୍ତ୍ତି ଏକ ବନ୍ଧୁକ ପୁଲିସ ଜବତ କରିଛି। ୨ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଦିର୍ଘ ଦିନ ଧରି ଖୋଜୁଥିଲା । ତେବେ ଗୁରୁବାର ସେମାନଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିବା ଜଣାପଡ଼ିଛି।
ରିପୋର୍ଟ, ସଞ୍ଜୀବ କୁମାର


