Sunday, November 15, 2026
Home ଆଞ୍ଚଳିକ ଗୁଣପୁର ମହାବିଦ୍ୟାଳୟ ର କରୋନା ସଚେତନତା କାର୍ଯ୍ୟକ୍ରମ

ଗୁଣପୁର ମହାବିଦ୍ୟାଳୟ ର କରୋନା ସଚେତନତା କାର୍ଯ୍ୟକ୍ରମ

54

ଗୁଣପୁର,୧୫/୫(ଜିଲ୍ଲା ଖଵର) : ଆଜି ଗୁଣପୁର ମହାବିଦ୍ୟାଳୟ ର ଜାତୀୟ ସେବା ଓ ଆଇ.କିଉ.ଏ.ସି ର ମିଳିତ ସହଯୋଗରେ କୋଭିଡ-୧୯ ର ଜାତୀୟ ସେବା ଯୋଜନାରେ ସ୍ଵେଚ୍ଛାସେବୀ ମାନଙ୍କ ର ଭୂମିକା ସମ୍ପର୍କରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ଏହି ଅନଲାଇନ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଡ଼ଃ.ଚନ୍ଦନ କୁମାର ଗନ୍ତାୟତ ଯୋଗଦେଇ ସ୍ଵେଚ୍ଛାସେବୀ ମାନଙ୍କୁ ସାମାଜିକ ଦୂରତ୍ବ ରକ୍ଷାକରିବା,ମାସ୍କ ବ୍ୟବହାର କରିବା, ସାବୁନ୍ ରେ ବାରମ୍ଵାର ହାତ ଧୋଇ କୋରନା ସଂକ୍ରମଣକୁ ରୋକିପାରିବା ନେଇ ମତବ୍ୟକ୍ତ କରିଥିଲେ। ଏହି ସଭାର ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାରେ ପ୍ରୋଗ୍ରାମ କୋଡିନେଟର ଡ଼ଃ.ଧ୍ରୁବ ଚରଣ ପଣ୍ଡା ଯୋଗଦେଇ କୋଭିଡ-୧୯ ମହାମାରୀ ବିରୋଧ ଲଢେ଼ଇ ରେ ସାମିଲ୍ ହୋଇ ଧୈର୍ଯ୍ୟ ଓ ସାହସର ସହ ମୁକାବିଲା କରିବା ନିମନ୍ତେ ସହଯୋଗ କାମନା କରିଥିଲେ। ଗୁଣପୁର ଏନ୍.ଏସ.ଏସ ର ଏଡଭାଇଜର ଶଶିଭୂଷଣ ମହାନ୍ତି ଏହି ସଭାରେ ଯୋଗ ଦେଇ ” କୋରନା ର ପ୍ରଥମ ଲହରରୁ ଦ୍ୱିତୀୟ ଲହରର ବିଭିସିକା କେତେ ଭୟଙ୍କର ଓ କଠିନ” ବିଷୟରେ ଗୁରୁତ୍ବ ଆରୋପ କରିଥିବା ବେଳେ ସ୍ୱଚ୍ଛତା ଓ ସଚେତନତା ଏକ ହିଁ ମାଧ୍ୟମ ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ କହିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ବାମଦେବ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥିମାନେ ଏହି କାର୍ଯ୍ୟକ୍ରମ କୁ ଭୁୟସି ତାରିଫ କରିବା ସହ ସାଧୁବାଦ ଜଣାଇଥିଲେ। ଡ଼ଃ.ସୂର୍ଯ୍ୟ ନାରାୟଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ଅମିୟ ରଂଜନ ମହାନ୍ତି ଏହି ସଭାକୁ ପରିଚାଳନା କରିଥିଲେ ଓ ଶେଷରେ ଡ଼ଃ.ସତ୍ୟବାନ୍‌ ଗରଡା ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ, ରାମନାଥ ମହାନ୍ତି ।