
ଆସିକା,୧୫/୫(ଜିଲ୍ଲା ଖଵର) : ଆସିକା ଅଞ୍ଚଳରେ କରୋନା ତାର ଦ୍ବୀତିୟ ଲହରର ପ୍ରକୋପ ଜାରି ରଖିଥିବା ବେଳେ,ଏଥିରୁ ମୁକ୍ତି ପାଇବା ନିମନ୍ତେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।ତଥାପି ଗ୍ରାମାଞ୍ଚଳ ମାନଙ୍କରେ କରୋନା ସଚେତନତା ଅଭାବ ପରିଲକ୍ଷିତ ହେଉଛି।ସେଥିପାଇଁ ବରଗାଁ ସମିତିସଭ୍ୟ ଶିବନାହାକ ଲାଗିପଡିଛନ୍ତି ନିଜ ପଞ୍ଚାୟତରେ କରୋନା ସଚେତନତା ସୃଷ୍ଟି କରିବା ନିମନ୍ତେ ଅହରହ ଉଦ୍ୟମରେ ।ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସେ ଦିନରାତି ଏକ କରି କରୋନା ସଚେତନତା ବାର୍ତ୍ତା ଦେବାରେ ନିଜକୁ ନିୟୋଜିତ କରିଛନ୍ତି।ବିଭିନ୍ନ ଗୀତ ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ ପଞ୍ଚାୟତର ଗାଁ ଗାଁ ବୁଲି କରୁଛନ୍ତି ସଚେତନ।ଲୋକମାନଙ୍କୁ ମାସ୍କ,ସାନିଟାଇଜର,ହେଣ୍ଡ ଗ୍ଳୋପ୍ସ,ସମେତ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିଲେ ସମିତି ସଭ୍ୟ ଶିବ ନାହାକ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ତହସିଲଦାର ସଦାନନ୍ଦ ସେଠୀ,ବିଡିଓ ରୋଶନ କୁମାର ଶତପଥି ଯୋଗଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ।ଅଙ୍ଗନୱାଡି କର୍ମୀ,ଆଶା କର୍ମୀ,ବିଦ୍ୟାଳୟ ଶିକ୍ଷକ,ସମେତ ବୁଦ୍ଧିଜୀବ ଓ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।














