Sunday, November 15, 2026
Home ଆଞ୍ଚଳିକ ଚନ୍ଦ୍ରପୁରରେ କରୋନାର ପ୍ରଳୟ ପଦଧ୍ଵନି,୫ ଦିନରେ ଏଗାର ଆକ୍ରାନ୍ତ

ଚନ୍ଦ୍ରପୁରରେ କରୋନାର ପ୍ରଳୟ ପଦଧ୍ଵନି,୫ ଦିନରେ ଏଗାର ଆକ୍ରାନ୍ତ

185

ଚନ୍ଦ୍ରପୁର,୧୫/୫(ଜିଲ୍ଲା ଖଵର) : ରାୟଗଡା ଜିଲ୍ଲାର ଅପହଞ୍ଚ ଇଲାକାରେ ମହାମାରୀ କରୋନାର ପ୍ରଳୟ ପଦଧ୍ଵନି।ସାଧାରଣ ଲୋକଙ୍କ ମନରେ କୋକୁଆ ଭୟ,କାହାକୁ ସାମାନ୍ୟ ଥଣ୍ଡା ଅବା ଛିଙ୍କ ହେଲେ ପରିବାରରେ ଆତଙ୍କ ଖେଳିଯାଉଛି।କେହି କାହାକୁ ବିଶ୍ବାସ କରୁନାହାନ୍ତି।କରୋନା ଯେମିତି ସବୁ ସମ୍ପର୍କକୁ ନଷ୍ଟ କରିଦେଇଛି।ଚନ୍ଦ୍ରପୁର ବ୍ଲକର ଚନ୍ଦ୍ରପୁର,ସାରକିମା,ବୁଡୁବାଲି ଓ ହନୁମନ୍ତପୁର ପଂଚାୟତରେ ଗଲା ପାଂଚ ଦିନର ଆକଳନରୁ ଜଣାପଡେଯେ ୮ଜଣ ପୁରୁଷ ଓ ୩ଜଣ ମହିଳା କରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।ରାୟଗଡା ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ମାନଙ୍କରେ କରୋନା ପରୀକ୍ଷାକୁ ନେଇ ଯେଉଁ ସଚେତନତା ଦେଖାଦେଇଛି ଅବା ପ୍ରଶାସନିକ ସ୍ତରରେ ଯେଉଁ ତତ୍ପରତା ପ୍ରକାଶ ପାଉଛି ତାହା ଚନ୍ଦ୍ରପୁରରେ ଦେଖାଯାଉନାହିଁ।ଏଠିକା ଲୋକ ସାଧାରଣତଃ ଅଶିକ୍ଷିତ ଓ ସ୍ୱାସ୍ଥ୍ୟ ସେବା ଉପରେ ଏତେଟା ବିଶ୍ୱାସ ରଖୁନଥିବା ମଣିଷ।ଏଣୁ ଯେଉଁ ପରିମାଣରେ କରୋନା ପରୀକ୍ଷା ହେବା କଥା ତାହା ହୋଇ ପାରୁନି।ଅନେକ ଅପହଞ୍ଚ ଇଲାକାରେ ମଣିଷ ମରିଗଲେବି କେହି ପଚାରିବାକୁ ନାହିଁ ସେ କିପରି ମଲା।ଦ୍ବିତୀୟତଃ ଚନ୍ଦ୍ରପୁରର ଭାତହାଣ୍ଡି କହିଲେ କେରଳ ରାଜ୍ୟକୁ ବୁଝାଏ।ଏଠିକାର ଯୁବକ ଯୁବତୀ ପେଟ ପାଇଁ କାମ ଆଶାରେ କେରଳରେ ଦାଦନ ଖଟିଥାନ୍ତି।ଏବେ ମହାମାରୀ କାରଣରୁ ଅଧିକାଂଶ ଘରକୁ ଫେରୁଛନ୍ତି।ସେମାନଙ୍କୁ ଟେସଟିଙ୍ଗ କେହି କରୁନାହାନ୍ତି।ପରେ ସେଇ ମାନଙ୍କ ଠାରୁ ପରିବାରର ଅନ୍ୟ ସଦସ୍ୟଙ୍କ ବ୍ୟାପୁଛି।ଏଣୁ ଚନ୍ଦ୍ରପୁରରେ ବ୍ୟାପକ ମାତ୍ରାରେ କରୋନା ପରୀକ୍ଷଣ ବିଶେଷତଃ ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକ ତଥା ସେମାନଙ୍କ ପରିବାର ବର୍ଗଙ୍କୁ ପରୀକ୍ଷା କଲେ ଆହୁରି ଅନେକ କରୋନା ଦୃଷ୍ଟି ଗୋଚର ହେବ।ବେଳଥାଉଁ ଥାଉଁ ଏବିଷୟକୁ ଗୁରୁତ୍ୱ ନଦେଲେ ଆମ ରାଜ୍ୟରେ ଚନ୍ଦ୍ରପୁର ଅଂଚଳ କରୋନାକୁ ନେଇ ଏକ ବିଭୀଷିକାମୟ ଗଡ଼ ସୃଷ୍ଟି ହେବ।ଏହି ମାତ୍ର କେଇଜଣଙ୍କ ମଧ୍ୟରୁ ପରୀକ୍ଷଣ ପରେ ମାତ୍ର ଏଗାର ପଜେଟିବ ବାହାରିଛି।ଏଣୁ ପ୍ରଶାସନ ଆହୁରି ଶତର୍କ ହେବା ସହ ଜରୁରୀକାଳୀନ ଭିତ୍ତିରେ ପରିକ୍ଷଣକୁ ଆହୁରି ଜୋରଦାର କରିବା ଉଚିତ।ଏଥିସହ ବ୍ୟାପକ ସଚେତନତା ଗାଁ ଗହଳିରେ ପହଂଚିବା ଆବଶ୍ୟକ ହୋଇ ପଡିଛି।ନଚେତ ନେଡି ଗୁଡ଼ କହୁଣିକୁ ବୋହି ଗଲା ପରେ ଆଉ କିଛି ଉପାୟ ନଥିବ।ଏଣୁ ଏବେଠୁ ସାବଧାନ ବର୍ତ୍ତିବା ବୁଦ୍ଧିମାନର କାର୍ଯ୍ୟ ହେବ।