
ବ୍ରହ୍ମପୁର, ୧୪/୦୫/୨୧ (ଜିଲ୍ଲା ଖବର) : ମହାମାରୀ କରୋନାରେ ଜୀବନ ଜୀବୀକା ହରାଇଛନ୍ତି ଅନେକ ଲୋକେ। ତେବେ କରୋନାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ତରପରୁ ଲକ୍ଡାଉନ୍, ସଟଡାଉନର କଟକଣା ଜାରି ରହିଛି। ତେବେ କରୋନା ମହାମାରୀ ଚାଲିଥିବା ସମୟରେ କାମ କରିବାକୁ ଓଡ଼ିଶା ଆସିଥିବା କିଛି ପ୍ରବାସୀ ଆଉ ଫରିପାରୁନାହାନ୍ତି ନିଜ ଭିଟାମାଟିକୁ ।
ବିହାର ଭାଗଲପୁରର କିଛି ଯୁବକ କାମ କରିବାକୁ ଓଡ଼ିଶା ଆସିଥିଲେ। ମାତ୍ର ଲକଡାଉନ ଯୋଗୁ ସେମାନେ ଏବେ ନିଜ ରାଜ୍ୟକୁ କିପରି ଫେରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ବିହାର ଭାଗଲପୁରର କିଛି ବ୍ୟକ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟରେ ଏକ ରାଇସ ମିଲରେ କାମ କରୁଥିଲେ। ଲକଡାଉନରେ ମିଲ ବନ୍ଦ ହୋଇଯିବା ଫଳରେ ମିଲ ମାଲିକ ସେମାନଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ମାତ୍ର ଗତକାଲିଠାରୁ ସେମାନେ ରାଜଧାନୀରେ ଫସି ରହିଛନ୍ତି।


