Monday, November 16, 2026
Home ଆଞ୍ଚଳିକ ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନର ଅଷ୍ଟମ କିସ୍ତି

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନର ଅଷ୍ଟମ କିସ୍ତି

9

୧୪/୦୫/୨୧ (ଜିଲ୍ଲା ଖବର) : ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନର ଅଷ୍ଟମ କିସ୍ତି । 9 କୋଟି 50 ଲକ୍ଷ ଅନ୍ନଦାତାଙ୍କ ଖତାକୁ ପଠାଗଲା 19 ହଜାର କୋଟି । ଭିସି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ସହାୟତା ରାଶି ଟ୍ରାନ୍ସଫର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି । 

ସୂଚନାଯୋଗ୍ୟ,  ପିଏମ-କିସାନ ଯୋଜନାରେ ଯୋଗ୍ୟ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସୁବିଧା ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର। ବର୍ଷକୁ 2 ହଜାର ଲେଖାଏଁ ତିନୋଟି କିସ୍ତିରେ 6 ହଜାର ଟଙ୍କା ଦେଇଥାନ୍ତି କେନ୍ଦ୍ର ସରକାର । ଏହି ପାଣ୍ଠି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୋଇଥାଏ ।

ଏହା ପୂର୍ବରୁ ପିଏମ-କିସାନ ଯୋଜନାରେ 10 କୋଟି 75 ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 1.15 ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । 2019 ଫେବ୍ରୁଆରୀ 24 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗୋରଖପୁରରୁ ଏହି ଯୋଜନାର ଆରମ୍ଭ କରିଥିଲେ ।