Wednesday, November 11, 2026
Home ଅପରାଧ ତିନି ହଜାର ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ତିନି ହଜାର ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

13

ବାଲେଶ୍ୱର, ୧୪/୦୫/୨୧ (ଜିଲ୍ଲା ଖବର) : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଭଗିଆ ପୋଲ ନିକଟରୁ ସୋର ଅବକାରୀ ବିଭାଗ ଦ୍ୱାରା ତିନି ହଜାର ଲିଟର ଦେଶୀ ମଦ ସହିତ ଗୋଟିଏ ପିକଅପ ଭ୍ୟାନ ଜବତ କରିଛି। ଏଥିସହିତ ବାଲେଶ୍ୱର ଅଞ୍ଚଳରୁ ଜଣେ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗ ଜବତ କରିଥିବା ଗାଡିଟି ପୁରୁଣା ବାଲେଶ୍ୱରରୁ ଭଦ୍ରକ ଯାଉଥିବା ସମୟରେ ସୋର ଅବକାରୀ ବିଭାଗର କର୍ମଚାରୀମାନେ ଖବରପାଇ ଗାଡି ସହିତ ମଦ ଜବତ କରିଛନ୍ତି ।

ଜବତ କରିଥିବା ଗାଡିରୁ ଦେଶୀ ମଦର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ । ସଟଡାଉନ ସମୟରେ ଚୋରା ମଦ ଗାଁରେ ବଢିଚାଲିଛି । ଗାଁରେ ଛୋଟ ଛୋଟ ଚୋରା ମଦ ବେପାରୀଙ୍କୁ ଧରିବା ପରେ ଏବେ ବଡ଼ ବେପାରୀଙ୍କୁ ଧରିଛି  ଅବକାରୀ ବିଭାଗ।