
କୋରାପୁଟ,୧୪/୦୫/୨୧ (ଜିଲ୍ଲା ଖବର) : ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ । ଚୋରା ଚାଲାଣ ଧରିଲା ପୋଲିସ । ଲମତାପୁଟ ଏବଂ ନନ୍ଦପୁର ପୋଲିସକୁ ମିଳିଛି ବଡ଼ ସଫଳତା । 2ଜଣଙ୍କୁ ଅଟକ ରଖିଛି ଲମତାପୁଟ ପୋଲିସ । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାର ହେବ ବୋଲି ସୂଚନା ଦେଇଛି ପୋଲିସ୍ । ତେବେ ବାଡେଲ ଅଂଚଳରୁ ରାଜସ୍ଥାନ ଅଞ୍ଚଳକୁ ଏହି ଅଭିନଵ ଉପାୟରେ ପଣସ ବଝେଇ କରି ଏକ ଟ୍ରକରେ ଗଂଜେଇ ଚୋରା ଚାଲାଣ କରାଯାଉଥିଲା। କୋରାପୁଟ SP କୌଣସି ସୂଚନା ଆଧାରରେ ପଣସ ଟ୍ରକ ରେ ଗଂଜେଇ ଭର୍ତି କରି ଚାଲାଣ ହେଉଥିବାର ଖବର ପାଇଥିଲେ । SPଙ୍କ ନିର୍ଦ୍ଦେଶ ଏବଂ ନନ୍ଦପୁର SDPO ଙ୍କ ନେତୃତ୍ୱରେ ଲମତାପୁଟ ଓ ନନ୍ଦପୁର ପୋଲିସ ଏକ ୨ ଜଣିଆ ଟିମ ଗଠନ କରିଥିଲେ ।
ଲମତାପୁଟ ଠାରୁ ୫କିଲୋମିଟର ଦୂର ବଦପଡା ଘାଟି ନିକଟରେ ଗାଡିଗୁଡିକୁ ଯାଞ୍ଚ କରିଥିଲେ । ଠିକ ସେହି ସମୟରେ ବାଡେଲ ଅଞ୍ଚଳରୁ ଗଂଜେଇ ବଝେଇ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିବା ନେଇ ପୋଲିସ ଟ୍ରକକୁ ଅଟକାଇ ଥିଲେ । ପରେ ପୋଲିସ ଅଟକ ଗାଡିକୁ ଯାଞ୍ଚ କରିଥିଲେ ଏବଂ ବିପୁଳ ପରିମାଣରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ । ପରେ ଲମତାପୁଟ ପୋଲିସ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହୋଇଥିବା ଟ୍ରକକୁ ଜବତ କରିବା ସହ ରାଜସ୍ଥାନ ଅଂଚଳର ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଟ୍ରକରୁ ୪୨୨ କେଜି ୩୦୦ ଗ୍ରାମ ଗଞ୍ଜେଇ ରହିଥିବାର ପୋଲିସ ସୂଚନା ଦେଇଛି।



