Monday, November 16, 2026
Home ଆଞ୍ଚଳିକ ଆଜି ପବିତ୍ର ଇଦ ଉଲ ଫିତର

ଆଜି ପବିତ୍ର ଇଦ ଉଲ ଫିତର

41

ଭୁବନେଶ୍ୱର, ୧୪/୦୫/୨୧ (ଜିଲ୍ଲା ଖବର) : ଆଜି ପବିତ୍ର ଇଦ । ରମଜାନ ମାସର ଶେଷ ଦିନ । ତ୍ୟାଗ ସମର୍ପଣର ପର୍ବ ପାଳୁଛନ୍ତି ମୁସଲିମ୍ ଧର୍ମାବଲମ୍ବୀ। ଚଳିତ ବର୍ଷ କୋଭିଡ ନିୟମ ପାଳି ଇଦ ଉଲ ଫିତର ପାଳନ କରାଯାଉଛି । କୋଭିଡ ମହାମାରୀ ପାଇଁ ପର୍ବକୁ ମୁସଲମାନ ସମ୍ପ୍ରଦାୟର ଲୋକେ ନିୟମ ଅନୁଯାୟୀ ପାଳନ କରୁଛନ୍ତି । ମସଜିଦରେ କୋଭିଡ କଟକଣା ମାନି ପାଞ୍ଚରୁ ଛଅ ଜଣଙ୍କ ମଧ୍ୟରେ ନମାଜ ପାଠ ହେବ । ଅନ୍ୟମାନେ ଘରେ ରହି ନମାଜ ପାଠ କରୁଛନ୍ତି ।

ସାଧାରଣତଃ ସାଉଦିଆରବରେ ଚାନ୍ଦ ଦେଖାଯିବାର ଦ୍ୱିତୀୟ ଦିନ ଭାରତରେ ପର୍ବ ପାଳନର ପରମ୍ପରା ରହିଛି । ଏଥିପାଇଁ ଭାରତରେ ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ମେ’ ୧୪ରେ ପାଳନ କରାଯିବ । ଏପ୍ରିଲ୍ ୧୩ ତାରିଖରୁ ଇସ୍‌ଲାମ୍‌ ଧର୍ମାବଲମ୍ବି ଭାଇଭଉଣୀଙ୍କ ପାଇଁ ଧର୍ମମାସ ଆରମ୍ଭ ହୋଇଥିଲା । ପୂରା ମାସ ନମାଜ ପାଠ କରିବା ସହ ଦାନ ଧର୍ମ ଓ ଈଶ୍ୱର ଉପାସନାରେ କଟିଥିଲା ।