Saturday, November 14, 2026
Home ଆଞ୍ଚଳିକ ଗୋଟିଏ ଦିନରେ 46 କରୋନା ପଜିଟିଭ ଚିହ୍ନଟ

ଗୋଟିଏ ଦିନରେ 46 କରୋନା ପଜିଟିଭ ଚିହ୍ନଟ

10

 ବ୍ରହ୍ମପୁର,୧୪/୦୫/୨୧ (ଜିଲ୍ଲା ଖବର) : ବ୍ରହ୍ମପୁର ଜେଲରେ କୋଭିଡର ବେକାବୁ ସ୍ଥିତି। ଗୋଟିଏ ଦିନରେ 46 ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ମୋଟ୍ 84 ଜଣଙ୍କ ସ୍ବାବ୍ ଟେଷ୍ଟ ହୋଇଥିଲା । ସେଥିରୁ 46 ଜଣ ପଜିଟିଭ ହୋଇଛନ୍ତି । ଏମାନଙ୍କୁ ଜେଲ ଭିତରେ ନୂତନ ଭାବେ ଖୋଲାଯାଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା କରାଯାଉଥିବା ଜଣାପଡିଛି । ଜେଲ ମଧ୍ୟରେ ଏତେ ସଂଖ୍ୟାରେ ପଜିଟିଭ ବାହାରିବା ପରେ କର୍ତ୍ତୃପକ୍ଷ ଏବେ ଚିନ୍ତାରେ ।

 ଚିକିତ୍ସା ସମୟରେ ଯଦି କେହି ଗୁରୁତର ହୁଅନ୍ତି ତେବେ ସେମାନଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯିବାର ବ୍ୟବସ୍ଥା ମଧ୍ୟ ହୋଇଥିବା ଜେଲ୍ ସୁପରିଟେଣ୍ଡେଣ୍ଟ କହିଛନ୍ତି । ଜେଲ ଡାକ୍ତରଙ୍କ ସମେତ ଅନ୍ୟ ଡାକ୍ତର ମଧ୍ୟ ନିୟୋଜିତ ହୋଇଥିବା ଜଣାପଡ଼ିଛି ।

ଅନ୍ୟ ଅନ୍ତବାସୀ କେମିତି ସୁରକ୍ଷିତ ରହିବେ ସେ ଦିଗରେ ଦୃଷ୍ଟି ଦିଆଯାଉଛି । ଜେଲରେ ଜଣେ ଆଜୀବନ କଏଦୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।