Thursday, November 12, 2026
Home ଆଞ୍ଚଳିକ ୧୮ ସୁଦ୍ଧା ଗୁଜୁରାଟ ଉପକୂଳ ଛୁଇଁବ ବାତ୍ୟା

୧୮ ସୁଦ୍ଧା ଗୁଜୁରାଟ ଉପକୂଳ ଛୁଇଁବ ବାତ୍ୟା

4

୧୪/୦୫/୨୧ (ଜିଲ୍ଲା ଖବର) : ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ରବିବାର ସୁଦ୍ଧା ଏହା ଏକ ବାତ୍ୟାରେ ପରିଣତ ହେବ । ଏହାକୁ ଚଳିତ ବର୍ଷର ପ୍ରଥମ ବାତ୍ୟା କୁହାଯାଉଥିବା ବେଳେ ଏହାର ନାଁ  ରଖାଯାଇଛି ତଉକତେ । ଏହା ଆସନ୍ତା ମଇ ୧୮ ସୁଦ୍ଧା ଗୁଜୁରାଟ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଏହି ଲଘୁଚାପ ଶନିବାର ସକାଳ ସୁଦ୍ଧା ଏକ ଡିପ୍ରେସନ ଓ ରବିବାର ସୁଦ୍ଧା ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ଓ ଉତ୍ତରପଶ୍ଚିମ ଦିଗରେ ଗତିକରି ଗୁଜୁରାଟ ଓ ପାକିସ୍ତାନ ଉପକୂଳ ଆଡ଼କୁ ଗତି କରିବ ।  ଏହି ବାତ୍ୟା ପ୍ରଭାବରେ ଗୋଆ, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ କୋଙ୍କଣ, ଉପକୂଳ ମହାରାଷ୍ଟ୍ରରେ ମେ ୧୩ରୁ ୧୭ ପର୍ଯ୍ୟନ୍ତ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

 ଏହି ସାମୁଦ୍ରିକ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ ଓ ପ୍ରାୟ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି ।