
ଭଦ୍ରକ,୧୪/୦୫/୨୧ (ଜିଲ୍ଲା ଖବର) : ଲକଡାଉନ ହେତୁ ଚାରିଆଡେ ବନ୍ଦ। ସବୁଠି ଶୂନଶାନ। ଘରୁ ବାହାରି ହେଉଛି ନା କାହାକୁ ଦେଖି ହେଉଛି। ଏପରିକି ଘର ଚାରପଟେ କ’ଣ ହେଉଛି ତାହା ସଠିକ ଭାବରେ ଜାଣି ହେଉ ନାହିଁ। ମୋବାଇଲ ପାଲଟିଛି ଏକମାତ୍ର ସାହାରା। ପାଖରେ ଥିଲେ ବି ନିଜ ମନର ମଣିଷକୁ ଦେଖି ହେଉନାହିଁ, ସାଙ୍ଗସାଥୀ ଦୂରର କଥା। ତେବେ ଏସବୁ ଭିତରେ ନିଜର ପ୍ରେମିକା ଗାଁରେ ଥିଲେ ମଧ୍ୟ ଦୀର୍ଘ ଦିନ ହେବ ତାକୁ ନ ଦେଖି ପ୍ରେମିକ ମନେମନେ ଭାଙ୍ଗି ଯାଇଥିଲା। ନିଜ ମନେ ମନେ ପ୍ଲାନ କରିଥିଲା କିପରି ଶୂନଶାନ ରାତିରେ ପ୍ରେମିକାକୁ ଦେଖିବ । ପ୍ରେମିକ ହଠାତ ଜାଣିବାକୁ ପାଇଲା, ପ୍ରେମିକାର ବାପା ବାହାରେ ରହି କାମ କରୁଥିବା ବେଳେ, ସାନ ଭାଇ ତାଙ୍କ ଦାଦାଙ୍କ ପାଖରେ ରହୁଥିଲେ। ମନର ମଣିଷକୁ ଦେଖିବାକୁ ହୋଇଥିଲା ମାଷ୍ଟର ପ୍ଲାନ। ଶୁନଶାନ ରାତିର ସୁଯୋଗ ନେଇ, ପ୍ରେମିକାକୁ ଦେଖି କରିବାକୁ ବାହାରି ଥିଲା। ପ୍ରେମିକା ଘରେ ଏକାକୀ ଥିବା ଜାଣି ପ୍ରେମିକ ବିଳମ୍ବିତ ରାତିରେ ତାଙ୍କୁ ଭେଟିବାକୁ ଆସିଥିଲେ । ହେଲେ ସବୁ ଫସର ଫାଟିଗଲା। ଏହି ସମୟରେ ପରିବାରର ଅନ୍ୟ ସଦସ୍ୟଙ୍କ ହାବୁଡ଼ରେ ପ୍ରେମିକ ପଡ଼ିଯାଇଥିଲେ। ଧରାପଡିଯିବାରୁ ତାଙ୍କ ପରିବାର ଲୋକେ ରାତିସାରା ପ୍ରେମିକଙ୍କୁ ଘରଭିତରେ ଯୋତାମାଳ ପିନ୍ଧାଇ ରଶିରେ ବାନ୍ଧି ରଖିଥିଲେ । ତେବେ କଥା ଏତିକିରେ ସରି ନଥିଲା । ସକାଳ ହେବାପରେ ଯୁବଙ୍କକୁ ଆଣି ଗାଁ ଦାଣ୍ଡରେ ବାନ୍ଧି ଦେଇଥିଲେ ।
ଏହି ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଯଶୀପୁର ପଞ୍ଚାୟତ ଶୁବଦିଆ ଗାଁରେ ଦେଖିବାକୁ ମିଳିଛି। ପୋଲିସ ଉଭୟ ପରିବାର ଲୋକଙ୍କୁ ଥାନାକୁ ଡ଼ାକି ଆଲୋଚନା କରିଛି ।



