Home ଆଞ୍ଚଳିକ ଆଜି ମିଳିବ ପିଏମ-କିଷାନର ଅଷ୍ଟମ କିସ୍ତି, ଚାଷୀଙ୍କ ଖାତାକୁ ଯିବ 19 ହଜାର କୋଟି

ଆଜି ମିଳିବ ପିଏମ-କିଷାନର ଅଷ୍ଟମ କିସ୍ତି, ଚାଷୀଙ୍କ ଖାତାକୁ ଯିବ 19 ହଜାର କୋଟି

14

ନୂଆଦିଲ୍ଲୀ, ୧୪/୦୫/୨୧ (ଜିଲ୍ଲା ଖବର) : ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଆସିବ ଚାଷୀଙ୍କ ଖାତାକୁ ଟଙ୍କା । ପିଏମ କିଷାନର ଅଷ୍ଟମ କିସ୍ତି ଦେବେ କେନ୍ଦ୍ର ସରକାର। ଚାଷୀଙ୍କ ଖାତାକୁ ଯିବ 19 ହଜାର କୋଟି । 9 କୋଟି 50 ଲକ୍ଷ ଅନ୍ନଦାତାଙ୍କୁ ମିଳିବ ଲାଭ । ଦିନ 11ଟାରେ ଭିସି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ସହାୟତା ରାଶି ଟ୍ରାନ୍ସଫର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେଉଁ ମାନଙ୍କ ତଥ୍ୟ ରାଜ୍ୟ ସରକାର ଦେଇଥିବେ ସେମାନଙ୍କୁ ମିଳିବ ଟଙ୍କା । ଏହାସହ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ଚାଷୀଙ୍କ ସହ କଥା ହେବେ। ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ପାଇଲେ ଚାଷୀ ଉପକୃତ ହେବେ। ପିଏମ-କିସାନ ଯୋଜନାରେ ଯୋଗ୍ୟ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସୁବିଧା ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର। ବର୍ଷକୁ 2 ହଜାର ଲେଖାଏଁ ତିନୋଟି କିସ୍ତିରେ 6 ହଜାର ଟଙ୍କା ଦେଇଥାନ୍ତି କେନ୍ଦ୍ର ସରକାର। ଏହି ପାଣ୍ଠି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୁଏ । ଏହା ପୂର୍ବରୁ ପିଏମ-କିସାନ ଯୋଜନାରେ 10 କୋଟି 75 ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 1.15 ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। 2019 ଫେବ୍ରୁଆରୀ 24 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗୋରଖପୁରରୁ ଏହି ଯୋଜନାର ଆରମ୍ଭ କରିଥିଲେ।