
ନୂଆଦିଲ୍ଲୀ : ଦ୍ଵିତୀୟ ଭାରତ-ଚୀନ ଅନୌପଚାରିକ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବା ଲାଗି ଚେନ୍ନାଇର ମାମଲ୍ଲାପୁରମରେ ଥିବା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବଙ୍ଗୋପସାଗରର ବେଳା ଭୂମିରେ ପ୍ରାତଃ ଭ୍ରମଣ ତାଙ୍କୁ ଭାବପ୍ରବଣ କରିଦେଇଥିଲା ଏବଂ ସେ ସମୁଦ୍ର ଓ ଏହାର ସଦଗୁଣ ଉପରେ ଏକ କବିତା ଲେଖିବା ଲାଗି ଅନୁପ୍ରାଣିତ ହୋଇଥିଲେ ।“ହେ ସାଗର ତୁମେଃ ପ୍ରଣାମ” ଶୀର୍ଷକ କବିତାରେ ସମୁଦ୍ର ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଆବେଗପୂର୍ଣ୍ଣ ସମ୍ପର୍କ ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି । ଏକ ଟ୍ଵିଟର ଆକାଉଣ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କବିତାକୁ ଜନସାଧାରଣଙ୍କ ପାଇଁ ପୋଷ୍ଟ କରିଛନ୍ତି ।



