
ନୂଆଦିଲ୍ଲୀ/ଭୁବନେଶ୍ୱର,୧୪/୦୫/୨୧ (ଜିଲ୍ଲା ଖବର) : ପିଏମ-କିଷାନର ଅଷ୍ଟମ କିସ୍ତି ପ୍ରଦାନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ଅକ୍ଷୟ ତୃତୀୟାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଚାଷୀ ଭାଇଙ୍କ ସାଙ୍ଗରେ କଥା ହେବା ସହ ପିଏମ-କିଷାନ ଯୋଜନାର ଅଷ୍ଟମ କିସ୍ତି ଅନ୍ତର୍ଗତ ଓଡ଼ିଶା ସମେତ ଦେଶର ସାଢେ 9 କୋଟି ଚାଷୀଙ୍କୁ 19 ହଜାର କୋଟି ଟଙ୍କା ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ କ୍ରମାଗତ ଭାବେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଉଛି । ଚାଷୀ ଭାଇଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇବା ମୋଦି ସରକାରଙ୍କ ଚାଷୀଙ୍କ ପ୍ରତି ଥିବା ଦାୟିତ୍ୱବୋଧକୁ ପ୍ରତିଫଳିତ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହାସହ ଓଡ଼ିଶାର ଚାଷୀମାନେ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଅଷ୍ଟମ କିସ୍ତିର ଲାଭ ପାଇବେ । କୃଷି କ୍ଷେତ୍ରରେ ସଂସ୍କାର ଆଣିବା ତଥା କୃଷକଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଚାଷୀଙ୍କ କଲ୍ୟାଣ ତଥା କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କହିଛନ୍ତି ।




