
ଭୁବନେଶ୍ୱର, ୧୪/୦୫/୨୧ (ଜିଲ୍ଲା ଖବର): ଅକ୍ଷୟ ତୃତୀୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚାଷୀଙ୍କ ଲାଗି ସହାୟତା ରାଶି ପ୍ରଦାନ କରିବେ। କାଳିଆ ଯୋଜନାରେ ଚଳିତ ବର୍ଷର ଦ୍ୱିତୀୟ କିସ୍ତି ଦେବେ ମୁଖ୍ୟମନ୍ତ୍ରୀ । ଆଜି ଅପରାହ୍ନ 5ଟାରେ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଉପକୃତ ହେବେ ରାଜ୍ୟର 53 ଲକ୍ଷ ଚାଷୀ । ଗତ ଫେବ୍ରୁଆରୀରେ 12 ଶହ 72 କୋଟି କାଳିଆ ଯୋଜନାର ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷକ ଦିବସ ଓ ଅକ୍ଷୟ ତୃତୀୟାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସହାୟତା ରାଶି ଶୁକ୍ରବାର ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ । ଏକ ସ୍ୱତନ୍ତ୍ର ଭର୍ଚୁଆଲ ଉତ୍ସବରେ ଏ ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀ ରାଜ୍ୟର କାଳିଆ ହିତାଧିକାରୀଙ୍କ ଜମାଖାତାକୁ ପଠାଇବାର ଶୁଭାରମ୍ଭ କରିବେ ।
ସୂଚନାମୁତାବକ, ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ଚାଷୀମାନଙ୍କୁ ଖରିଫ ଓ ରବି ଫସଲ ପାଇଁ ସହାୟତା କରିବାକୁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ।



