
ଜଟଣୀ,୧୪/୫(ଜିଲ୍ଲା ଖଵର) : ଖୋର୍ଦ୍ଧାରୋଡ ରେଳପଥ ଚଳିତ ବର୍ଷ ଏପ୍ରିଲ ମାସରେ ୧୨.୦୪ ମିଲିୟନ୍ ଟନ୍ ମାଲ ପରିବହନ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଜ୍ଝଗତବର୍ଷ ଅର୍ଥାତ୍ ଏପ୍ରିଲ୍ -୨୦୨୦ ତୁଳନାରେ ୩.୫୧ ମିଲିୟନ୍ ଟନ୍ ଅତିରିକ୍ତ ଲୋଡିଂ କରିଛି ଜ୍ଝପ୍ରତିଦିନ ହାରାହାରି ୧୦୯ ରେକ୍ ଲୋଡିଂ କରାଯାଇଥିବା କୁହାଯାଇଛି ଜ୍ଝ ଏପ୍ରିଲ -୨୦୨୧ ରେ ୧୦୬୩ କୋଟି ଟଙ୍କା ଆୟ କରିଛି। ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ବୃଦ୍ଧି ଯୋଗୁଁ ପ୍ରତିକୁଳ ଅବସ୍ଥା ସତ୍ତ୍ୱେ ଏପ୍ରିଲ୍ ୨୦୨୧ ମସିହାରେ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ମାଲ ପରିବହନରେ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଗତ ବର୍ଷ ଏପ୍ରିଲ୍ ୨୦୨୦ ରେ ଲୋଡିଂ ତୁଳନାରେ ୩.୫୧ ମିଲିୟନ୍ ଟନ୍ ଅଧିକ ଏବଂ ରେଳ ପ୍ରଶାସନରେ ଏହା ଏକ ହଜାର ୬୩ କୋଟି ରାଜସ୍ୱ ଯୋଡିଛି । ଏପ୍ରିଲ୍ ୨୦୨୧ ରେ, ତାଳଚେର, ପାରାଦୀପ, ଧାମରା, ନୟାଗଡ଼, ମେରାମଣ୍ଡଳୀ, ସୁକିନ୍ଦା ଇତ୍ୟାଦି ବିଭିନ୍ନ ଲୋଡିଂ ପଏଣ୍ଟରୁ ଦୈନିକ ହାରାହାରି ୧୦୯ ରେକ୍ ମାଲ ପରିବହନ କରାଯାଇଛି । ବିଭିନ୍ନ ସାମଗ୍ରୀ ତଥା କୋଇଲା, ଲୁହାପଥର, ସାର, ପେଟ୍ରୋଲିୟମ ପଦାର୍ଥ କଞ୍ଚା ମାଲ ସବୁକୁ ଦେଶର ବିଭିନ୍ନ ପାୱାର ହାଉସ୍, ଉତ୍ପାଦନକାରୀ କମ୍ପାନୀ, ଉତ୍ପାଦନ ୟୁନିଟ୍ ଏବଂ ଶିଳ୍ପ ସଂସ୍ଥାନ ପାଇଁ ପଠାଯାଇଛି । ମହାମାରୀର ଦ୍ୱିତୀୟ ଥର ବୃଦ୍ଧି ପରିସ୍ଥିତିରେ ଅନେକ ପ୍ରତିକୂଳ ଅବସ୍ଥା ଉପୁଜିଛି ଏବଂ କମ୍ କାର୍ୟ୍ୟଶକ୍ତି ସତ୍ତ୍ୱେ ଏହା ହାସଲ କରାଯାଇଛି । ହିତାଧିକାରୀ ତଥା ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ କଞ୍ଚାମାଲ ପରିବହନରେ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ଶଶି କାନ୍ତ ସିଂହ, କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ନିୟମିତ ମାଲ ପରିବହନ ବ୍ୟତୀତ ତରଳ ମେଡିକାଲ ଅମ୍ଳଜାନ ପରିବହନ ପାଇଁ ମଣ୍ଡଳ କଠିନ ପରିଶ୍ରମ କରୁଛି ।
ରିପୋର୍ଟ, ସଞ୍ଜୀବ କୁମାର



