Sunday, November 15, 2026
Home ଆଞ୍ଚଳିକ ଏଣିକି ପ୍ରଶାସନ କରିବ କରୋନା ମୃତକଙ୍କ ଶବଦାହ ବ୍ଲକ ପ୍ରଶାସନିକଧିକାରୀ ଓ ଜନପ୍ରତିନିଧୀ ଆଲୋଚନା

ଏଣିକି ପ୍ରଶାସନ କରିବ କରୋନା ମୃତକଙ୍କ ଶବଦାହ ବ୍ଲକ ପ୍ରଶାସନିକଧିକାରୀ ଓ ଜନପ୍ରତିନିଧୀ ଆଲୋଚନା

29

ଜଟଣୀ ,୧୪/୫(ଜିଲ୍ଲା ଖଵର) : ଲୋକେ କରୋନା ମୃତକଙ୍କୁ ନିଜ ସ୍ମଶାନରେ ଦାହ କରିବାକୁ ମଧ୍ୟ ଅହେତୁକ ମଣୁଛନ୍ତି । ଏହିପରି ଜଟଣୀ ଅଂଚଳରେ ଅନେକ ଘଟଣା ସାଧାରଣଙ୍କୁ ବିସ୍ମିତ କରିଛି । ତେଣୁ ଏହାକୁ ଦୁର କରିବାଲାଗି ଏଣିକି ପ୍ରଶାସନ କରିବ କରୋନା ମୃତକଙ୍କ ଶବଦାହ ବୋଲି ଗୁରୁବାର ଜଟଣୀବ୍ଲକ ସଭାଗୃହରେ ଆୟୋଜିତ କରୋନା ପରିଚାଳନା ବୈଠକରେ ଆଲୋଚନା ହୋଇଛି । ଜିଲାପାଳ ଏବଂ ଉପଜିଲାପାଳଙ୍କ ନିର୍ଦ୍ଧେଶକ୍ରମେ ବ୍ଲକ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧୀମାନଙ୍କୁ ନେଇ ଜଟଣୀ ବିଡିଓ ସରୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଯାଇଛି । ଜଟଣୀ ଗ୍ରାମାଚଂଳ ଓ ସହରାଚଂଳଲାଗି କରୋନା ମୃତକଙ୍କ ପାଇଁ ସ୍ୱତନ୍ତ୍ର ସ୍ମଶାନ, କରୋନା ଟିକା ପ୍ରଦାନ କରାଯିବା, କରୋନା ସଂକ୍ରମିତ ଚିହ୍ନଟ ପ୍ରକ୍ରିୟା ଏବଂ ଲକ୍ଷଣଯୁକ୍ତ ରୋଗୀମାନଙ୍କ ଆଟିଂଜେନ ଓ ଆରଟିପିସିଆର ଟେଷ୍ଟ ପ୍ରଭୃତି ସଠିକ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବିଡିଓ ସରୋଜ କୁମାର ରାଉତ, ତହସିଲଦାର ତପନ କୁମାର ମହାପାତ୍ର, ପୈାରନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି, ମେଡିକାଲ ସୁପରିଟେଣ୍ଡେଂଟ ଯିତେନ୍ଦ୍ର କୁମାର ପଣ୍ଡା, ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ, ଛଣଘର ସରପଚଂ ସୁନିଲ କୁମାର ରାଉତରାୟ, ବିଧାୟକ ପ୍ରତିନିଧୀ ଅଶୋକ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ, ସଞ୍ଜୀବ କୁମାର